ବେଙ୍ଗାଲୁରୁର ପରିବହନ ଗୋଦାମରେ ବିସ୍ଫୋରଣ: ୩ମୃତ, ୪ ଆହତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ପରିବହନ ଗୋଦାମରେ ବିସ୍ଫୋରଣ। ନୂଆ ତରାଗୁପେଟ ଅଞ୍ଚଳରେ ଥିବା ଏକ ପରିବହନ ଗୋଦାମରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି।

ଦକ୍ଷିଣ ଡେପୁଟି କମିସନର ହରିଶ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ବିସ୍ଫୋରଣ ଏକ ପଙ୍କଚର ଦୋକାନ ପାଖରେ ଥିବା ପରିବହନ ଗୋଦାମରେ ଘଟିଛି। ସେ କହିଛନ୍ତି ଯେ, ଏହି ବିସ୍ଫୋରଣ ଗୋଦାମ ଭିତରେ ଥିବା କିଛି ରାସାୟନିକ ପାଇଁ ହୋଇଛି, ଯାହା ଏକ ଶିଳ୍ପ ସାମଗ୍ରୀ ଥିଲା। ଏଠାରେ ବିସ୍ଫୋରକ ସାମଗ୍ରୀ ଥିବା ପ୍ରାୟ ୮୦ଟି ବକ୍ସ ଗଚ୍ଛିତ ହୋଇ ରଖାଯାଇଥିଲା। ୮୦ଟି ମଧ୍ୟରୁ କେତୋଟି ବକ୍ସ ବିସ୍ଫୋରଣରେ ଜଳିଯାଇଛି, ତାହା ଯାଞ୍ଚ କରିବାକୁ ପଡିବ ବୋଲି ଶ୍ରୀ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଶ୍ରମିକ ବକ୍ସର ପରିଚାଳନା ଦାୟିତ୍ବରେ ଥିଲେ। ସିଲିଣ୍ଡର ବିସ୍ଫୋରଣ କି ବାଣ କିମ୍ବା ସର୍ଟ ସର୍କିଟ ଦ୍ୱାରା ଏହି ବିସ୍ଫୋରଣ ହୋଇନାହିଁ। ବିସ୍ଫୋରଣ ପଛର କାରଣ ଜାଣିବା ପାଇଁ ଅନୁସନ୍ଧାନ କରାଯାଉଛି।

ସମ୍ବନ୍ଧିତ ଖବର