ଦକ୍ଷିଣ କଶ୍ମୀରର ସୋପିଆଁରେ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ଗୁରୁବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ସୋପିଆଁ ଅନ୍ତର୍ଗତ କେଲାର ଅଞ୍ଚଳରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟି ତିନି ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା କଥା ଭାରତୀୟ ସେନାବାହିନୀର ଅଧିକାରୀମାନେ କହିଛନ୍ତି।

ସୋପିଆନ୍‌ ଜିଲ୍ଲାର କେଲାର୍‌ ଅନ୍ତର୍ଗତ ୟାର୍‌ଓ୍ଵାନ୍‌ ଅଞ୍ଚଳର ସର୍ଚ ଆଣ୍ଡ୍‌ କର୍ଡନ୍‌ ଅଭିଯାନ ସମୟରେ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।
ସେନାର ଜଣେ ମୁଖପାତ୍ର କହିଛନ୍ତି: ସୋପିଆଁର ଅପରେସନ୍‌ ୟାର୍‌ଓ୍ଵାନ୍‌ ଫରେଷ୍ଟ୍‍ରେ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ଏବଂ ଅଭିଯାନ ଚାଲୁ ରହିଛି।

ଉତ୍ତର କଶ୍ମୀରର ହଣ୍ଡଓ୍ଵାରା ଅନ୍ତର୍ଗତ ୟାରୁ ଅଞ୍ଚଳରେ ଅନ୍ୟ ଏକ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଛି। ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍‌ କରାଯାଇଛି ବୋଲି ଜମ୍ମୁ ଓ କଶ୍ମୀର ପୁଲିସ ଟୁଇଟ୍‌ କରିଛି।

ସମ୍ବନ୍ଧିତ ଖବର