୩ଜଣ ପାକିସ୍ତାନୀ ସୈନିକଙ୍କୁ ନିହତ କରିବା ସହ ୪ଟି ସେନା ପୋଷ୍ଟକୁ ସମ୍ପୂର୍ଣ୍ଣ ନଷ୍ଟ କରି ପ୍ରତିଶୋଧ ନେଲା ଭାରତୀୟ ସେନା

ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ପାକିସ୍ତାନୀ ସୈନିକଙ୍କ ସହ ଗୁଳି ବିନିମୟ ସମୟରେ ଶୁକ୍ରବାର (ମେ ୮) ଭାରତୀୟ ସେନା ପାକିସ୍ଥାନକୁ ଉପଯୁକ୍ତ ଜବାବ ଦେଇଛି। ପାକିସ୍ତାନ କରିଥିବା ଆକ୍ରମଣର ଜବାବ ଦେଇ ଭାରତୀୟ ସେନା ଏଭଳି ପ୍ରତିଶୋଧ ନେଇଥିବା ଜଣା ପଡିଛି |

ସୂଚନା ଅନୁଯାୟୀ, ପାକିସ୍ତାନୀ ସୈନ୍ୟବାହିନୀର ଅତି କମରେ ୩-୪ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ଭାରତୀୟ ସେନା ମଧ୍ୟ ପାକିସ୍ତାନୀ ସେନା ପୋଷ୍ଟ ଉପରେ ପ୍ରବଳ ଗୁଳି ଚଳାଇ ପୋଷ୍ଟଗୁଡିକୁ ନଷ୍ଟ କରିଦେଇଥିବା ଜଣା ପଡିଛି |

Two Pakistan soldiers killed in retaliatory action along LoC in ...
The Week

ଏହାର ଗୋଟିଏ ଦିନ ପୂର୍ବରୁ, ଭାରତୀୟ ସେନାଠାରୁ ପ୍ରତିଶୋଧ ନେବା ପାଇଁ ମେ ୭ରେ ପାକିସ୍ତାନୀ ସେନା ପୁଞ୍ଚର ତିନୋଟି ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ଥିବା ସେନା ପୋଷ୍ଟ ଏବଂ ଗାଁ ଉପରକୁ ଗୁଳି ଚଳାଇଥିଲା | ଯାହା ଦ୍ୱାରା ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ ଏବଂ ଦୁଇଟି ଘର କ୍ଷତିଗ୍ରସ୍ତ ହୋଇଥିଲା | କସବା ଗାଁର ନିସାର ଅଲି ନାମକ ଜଣେ ସାଧାରଣ ନାଗରିକ ପାକିସ୍ତାନୀ ସେନା ଗୁଳିରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର