ଭୋପାଳରେ ଖସିଲା ପ୍ରଶିିକ୍ଷଣ ବିମାନ, ୩ ପାଇଲଟ ଆହତ

ଭୋପାଳ: ଭୋପାଳରେ ଖସିଲା ପ୍ରଶିିକ୍ଷଣ ବିମାନ। ଭୋପାଳରେ ଥିବା ବିଶନ ଖେଦି ଗାଁରେ ପ୍ରଶିିକ୍ଷଣ ବିମାନ ଖସିବାରୁ ୩ଜଣ ପାଇଲଟ ଆହତ ହୋଇଛନ୍ତି। ଗାନ୍ଧି ନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଦୁର୍ଘଟଣା ପରେ ଆହତ ହୋଇଥିବା ୩ଜଣ ପାଇଲଟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଏକ ଛୋଟ ପ୍ରଶିକ୍ଷଣ ବିମାନ ଥିଲା ଏବଂ ତିନି ପାଇଲଟ ଏହାକୁ ନେଇ ଉଡ଼ାଣ ଭରିଥିଲେ। ଉଡ଼ାଣର କିଛି ସମୟ ପରେ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏହି ବିମାନ ଭୋପାଳରୁ ମଧ୍ୟପ୍ରଦେଶର ଗୁନା ଅଭିମୁଖେ ଯାତ୍ରା କରୁଥିଲା। ତେବେ ଆହତ ହୋଇଥିବା ପାଇଲଟଙ୍କ ଅବସ୍ଥା ଗୁରୁତର ନଥିବା ବେଳେ ଉଡ଼ାଣର କିଛି ସମୟ ପରେ କେଉଁ କାରଣ ପାଇଁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଜଣାପଡ଼ିପାରି ନାହିଁ। ଦୁର୍ଘଟଣା ପରର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଏକ ଧଳା ରଙ୍ଗର ବିମାନ ଧାନ କ୍ଷେତରେ ପଡ଼ିଥିବାର ଦେଖାଯାଇଛି।

ସମ୍ବନ୍ଧିତ ଖବର