ପୁଲିସ କ୍ୟାମ୍ପ ହଟାଇବାକୁ ଦାବି କରୁଥିବା ୩ ଗ୍ରାମବାସୀଙ୍କର ଗୁଳିଚାଳନାରେ ମୃତ୍ୟୁ

ରାୟପୁର: ପୁଲିସ-ନକ୍ସଲଙ୍କ ଗୁଳି ବିନିମୟରେ ପ୍ରାଣ ହରାଇଲେ ୩ ଜଣ ଗ୍ରାମବାସୀ | ସୋମବାର ଛତିଶଗଡର ସୁକମାର ସିଲଗର ଗ୍ରାମରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ନକ୍ସଲମାନେ ଗ୍ରାମବାସୀଙ୍କ ସହ ମିଶି ପୁଲିସ କ୍ୟାମ୍ପ ଜାଳିବାକୁ ଚେଷ୍ଟା କରିଥିଲେ। ଆଉ ଗ୍ରାମବାସୀଙ୍କ ସହ ମିଶି ନକ୍ସଲମାନେ ଗୁଳି ଚଳାଇଥିଲେ, ପରେ ସୁରକ୍ଷାବାହିନୀ ମଧ୍ୟ ପ୍ରତିଜଵାବ ଦେବାକୁ ଯାଇ ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ୩ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ତିନି ଦିନ ଧରି ସିଲଗରରେ ଥିବା ଏହି ପୁଲିସ କ୍ୟାମ୍ପ ବିରୋଧରେ ପାଞ୍ଚ ହଜାର ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଥିଲେ। ଗ୍ରାମବାସୀମାନେ ପୁଲିସ କ୍ୟାମ୍ପ ହଟାଇବାକୁ ଦାବି କରୁଥିଲେ |

ଏହି ଅଞ୍ଚଳଟି ନକ୍ସଲମାନଙ୍କ ଗଡ ହୋଇଥିବାବେଳେ ଯଦି ଏହି ଅଞ୍ଚଳରେ ପୁଲିସ କ୍ୟାମ୍ପ ଖୋଲାଯାଏ, ତେବେ ନକ୍ସଲମାନେ ଦାନ୍ତେୱାଡା ବିଜାପୁର-ସୁକମା ଜଙ୍ଗଲକୁ ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ଏହି କାରଣରୁ, ନକ୍ସଲମାନେ ନିରୀହ ଆଦିବାସୀମାନଙ୍କୁ ଉସୁକାଇ ପୁଲିସ କ୍ୟାମ୍ପ ନ କରାଇଦେବାକୁ ପ୍ରଦର୍ଶନ ଚଳାଇଥିଲେ | ତେବେ ପ୍ରଦର୍ଶନ ମଧ୍ୟରେ କିଛି ନକ୍ସଲ ପୁଲିସ ଉପରକୁ ଗୁଳି ଚଳାଇଥିଲେ |

ଆଉ ଏହାର ପ୍ରତିଜଵାବ ଦେବାକୁ ଯାଇ ପୁଲିସ ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲା | ଆଉ ଏହି ଗୁଳି ବିନିମୟରେ ବିରୋଧ ପ୍ରଦର୍ଶନ କରୁଥିବା ୩ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଛି | ସୁକମା ଜିଲ୍ଲା ସିଲଗର ଅଞ୍ଚଳ ନକ୍ସଲମାନଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବାବେଳେ ଏଠାରେ ପୁଲିସ କ୍ୟାମ୍ପ ଖୋଲିବାକୁ ବିରୋଧ କରି ପାଞ୍ଚ ହଜାରରୁ ଅଧିକ ଆଦିବାସୀ ଭିଡ ଜମାଇଥିଲେ। ଆଉ ଏହି ସମୟରେ ନକ୍ସଲମାନେ ହଠାତ୍ ପୁଲିସ କ୍ୟାମ୍ପ ଉପରେ ଗୁଳି ଚଳାଇଥିଲେ।

ସମ୍ବନ୍ଧିତ ଖବର