ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଇସ୍ତଫା ଦେଲେ ୪ କଂଗ୍ରେସ ବିଧାୟକ !

ଅହମ୍ମଦାବାଦ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସକୁ ଝଟକା ଲାଗିଛି | ଗୁଜୁରାଟ କଂଗ୍ରେସର ୪ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ଯଦିଓ ଇସ୍ତଫା ଦେଇଥିବା ବିଧାୟକ, ସେମାନଙ୍କ ନାମ ଏପର୍ଯ୍ୟନ୍ତ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ। ଗୁଜୁରାଟ କଂଗ୍ରେସର ୪ ଜଣ ବିଧାୟକ ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟରେ ଦାଖଲ କରିଛନ୍ତି। ଆସନ୍ତାକାଲି ଇସ୍ତଫା ଦେଇଥିବା ବିଧାୟକଙ୍କ ନାମ ବାଚସ୍ପତିଙ୍କ ମାଧ୍ୟମରେ ପ୍ରକାଶ ପାଇବ। ବର୍ତ୍ତମାନ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଥିବା ବିଧାୟକଙ୍କ ନାମ ପ୍ରକାଶ କରାଯାଇ ନାହିଁ।

ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ଇସ୍ତଫା ଦେଇଥିବା ୪ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଦୁଇଜଣ ବିଧାୟକ ଜେଭି କାକାଡିଆ ଏବଂ ସୋମାଭାଇ ପଟେଲ ନିର୍ବାଚନ ପୂର୍ବରୁ କାହା ସହିତ ଯୋଗାଯୋଗ କରୁନାହାଁନ୍ତି | ଏହା ବ୍ୟତୀତ ମଙ୍ଗଲ ଗାଭିଟ ଏବଂ ପ୍ରଦ୍ୟୁମ୍ନ ସିଂ ଜାଡେଜାଙ୍କ ମଧ୍ୟ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଲାଗି ରହିଛି |

photo-jagaran.com

ଏଠାରେ ସୂଚନା ଥାଉ କି ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜ୍ୟସଭା ନିର୍ବାଚନ ପରେ ଗୁଜୁରାଟରେ କଂଗ୍ରେସ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛି। ଶନିବାର ଦିନ କଂଗ୍ରେସ ଏହାର ୧୪ ଜଣ ବିଧାୟକଙ୍କୁ ଗୁଜରାଟରୁ ଜୟପୁରକୁ ସ୍ଥାନାନ୍ତର କରିଛି। ଗୁଜୁରାଟର ଏହି ବିଧାୟକମାନେ ଜୟପୁରର ପଞ୍ଚ ତାରକା ହୋଟେଲ ଶିବ ଭିଲାସରେ ରହିଛନ୍ତି। ବର୍ତ୍ତମାନ ୪ ଜଣ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ମଧ୍ୟ ଏହାର ୨୦-୨୨ ବିଧାୟକଙ୍କୁ ଜୟପୁରକୁ ନେଇଯିବ। ସୂତ୍ରରୁ ଜଣାପଡିଛି ଯେ ୧୦ ରୁ ୧୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇପାରନ୍ତି । ଏହାପୂର୍ବରୁ ମଧ୍ୟପ୍ରଦେଶର ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର