କେରଳର ମୁନ୍ନାରରେ ହୋଇଥିବା ବ୍ୟାପକ ଭୂସ୍ଖଳନରେ ୫ମୃତ, ବାୟୁସେନାର ସାହାଯ୍ୟ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ମୁନ୍ନାର: କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପାଇଁ କେରଳର ଇଡୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି।  ଏହି ଭୂସ୍ଖଳନରେ  ବର୍ତ୍ତମାନ ସୁଦ୍ଧା ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଜିଲ୍ଲାର ରାଜାମାଲା ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଥିବା ବେଳେ ସେଠାରେ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ସହଜ କରିବା ପାଇଁ ବାୟୁସେନାର ସାହାଯ୍ୟ ଲେଡିଛନ୍ତି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ତେବେ ଜଙ୍ଗଲ ଅଧିକାରୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିିଥିବା ଜଣା ପଡ଼ିଛି।

ଭୂସ୍ଖଳନ ହୋଇଥିବା ଅଞ୍ଚଳରେ ୭୦ରୁ ୮୦ଜଣ ଲୋକ ରହୁଥିବା ବେଳେ ଭୂସ୍ଖଳନ ପରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କର ମୃତ୍ୟୁ ହୋଇଛି। ଏବେ ମୁଥିରାପୁଜା ନଦୀର ଜଳସ୍ତର ବୃଦ୍ଧି ହେତୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ମୁନ୍ନାର ପରି ନିମ୍ନମାନର ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି।ଏହା ପୂର୍ବରୁ ଗୁରୁବାର ପ୍ରବଳ ବର୍ଷା ଯୋଗୁଁ ଇଡୁକି ଜିଲ୍ଲାର ଏକ ଅସ୍ଥାୟୀ ସେତୁ ଭୁଶୁଡି ପଡିଥିଲା। ଗୋଟିଏ ଦିନ ପୂର୍ବରୁ ଭାରତ ପାଣିପାଗ ବିଭାଗ (ଆଇଏମଡି) ଇଡୁକି, ୱାୟନାଡ ଏବଂ କୋଜିକୋଡେ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଥିଲା।

ସମ୍ବନ୍ଧିତ ଖବର