ଅରୁଣାଚଳରେ ବାୟୁସେନା ହେଲିକପ୍ଟର୍ ଦୁର୍ଘଟଣା: ୫ ମୃତ
ତଓ୍ଵାଙ୍ଗ୍: ଶୁକ୍ରବାର ସକାଳେ ପ୍ରଶିକ୍ଷଣ ଚାଲିଥିବାବେଳେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର୍ ଦୁର୍ଘଟଣାଗସ୍ତ ହେବାରୁ ୫ ଜଣ ବାୟୁସେନା କର୍ମଚାରୀଙ୍କର ଦେହାନ୍ତ ହୋଇଥିବାବେଳେ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅରୁଣାଚଳ ପ୍ରଦେଶରେ ଏକ ଏମ୍ଆଇ- ୧୭ ଭି୫ ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନା ନିଶ୍ଚିତ କରାଇଛି।
ଦୁର୍ଘଟଣାର କାରଣ ସଙ୍କ୍ରାନ୍ତରେ ତଦନ୍ତ କରିବାକୁ ଏକ ଇନ୍କ୍ୱାରି କୋର୍ଟ କରାଯିବାକୁ ଆଦେଶ ଦିଆଯାଇଛି।
ବାୟୁସେନାର ଜଣେ ଅଧିକାରୀ କହିଛନ୍ତି ଯେ ଆଜି ସକାଳ ପ୍ରାୟ ୬ଟାବେଳେ ଏକ ଏମ୍ଆଇ-୧୭ଭି୫ ହେଲିକପ୍ଟର୍ ଏୟାର୍ ମେଣ୍ଟେନାନ୍ସ୍ ମିସନ୍ରେ ଥିବାବେଳେ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାର ଶିକାର ହୋଇଛି।