ରାବଣପୋଡ଼ି ଉତ୍ସବରେ ମୋଦୀ ଦେଲେ ୫ଟି ବାର୍ତ୍ତା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂନ୍ଧ୍ୟାରେ ଦିଲ୍ଲୀର ଦ୍ୱାରକାରେ ପହଞ୍ଚି ୧୦୭ଫୁଟ ରାବଣର କୁଶପୁତ୍ତଳିକା ଦାହ କରିଛନ୍ତି । ରାବଣ ପୋଡ଼ି ପୂର୍ବରୁ ଦ୍ୱାରକାରେ ପହଞ୍ଚି ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମକୁ ସମ୍ବୋଧନ ଦେଇ ମୋଦୀ କହିଥିଲେ କି, ଭାରତ ଏକ ଉତ୍ସବର ଭୂମି । ୩୬୫ଦିନରେ ଭାରତରେ କୌଣସି ନା କୌଣସି ସ୍ଥାନରେ ବିଭିନ୍ନ ପ୍ରକାରର ପର୍ବ ପାଳନ ହୋଇଥାଏ । ଏଭଳି ଉତ୍ସବ ଆମକୁ ଯୋଡ଼ିବା ସହ ଆମ ମନରେ ନୂଆ ନୂଆ ସ୍ୱପ୍ନ ସଜାଇଥାଏ ।


ଏହି ଅବସରରେ ମୋଦୀ ଦେଶବାସୀଙ୍କୁ କହିଥିଲେ ଯେ ନିଜ ଭିତରେ ଥିବା ରାବଣକୁ ସମାପ୍ତ କରନ୍ତୁ | ତେବେ ହିଁ ଉତ୍ସବକୁ ଠିକ ଭାବେ ପାଳନ କରିହେବ | ସେହିପରି ମହିଳାଙ୍କୁ ସମ୍ମାନ ସହ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ସମସ୍ତେ ଯୋଗ ଦେବାକୁ ଆହ୍ୱାନ କରିଥିଲେ | ସେହିପରି ଯେଉଁ ଝିଅମାନେ ଅନ୍ୟପାଇଁ ପ୍ରେରଣା ସାଜିଛନ୍ତି ସେମନଙ୍କୁ ସମ୍ମାନ ଦେବାକୁ ମୋଦୀ ସମସ୍ତଙ୍କୁ କହିଥିଲେ |

ସେହିପରି ଦେଶବାସୀଙ୍କୁ ଦେଶର ହିତ ପାଇଁ କିଛି ସଂକଳ୍ପ ନେବାକୁ ମୋଦୀ ଆହ୍ୱାନ କରିଥିଲେ | ମୋଦୀ କହିଥିଲେ ଯେ ଯଦି ପାଣି ବଞ୍ଚାଇବାକୁ ହେଉ ବା ବିଜୁଳି ସଂରକ୍ଷଣର ସଂକଳ୍ପ ନେଉଛନ୍ତି ତେବେ ସମ୍ପୂର୍ଣ୍ଣ ବର୍ଷେ ଯାଏଁ ତାହାକୁ ପୂରଣ କରନ୍ତୁ | ଦେଶର ସମ୍ପତ୍ତି ଯେଭଳି କ୍ଷତି ନ ହେଉ ତାହାର ସଂକଳ୍ପ ନେବା ଆବଶ୍ୟକ |

ସମ୍ବନ୍ଧିତ ଖବର