ସରକାର ଯୋଜନା କରୁଛନ୍ତି ୧୪୦୦ କିଲୋମିଟର ଦୀର୍ଘ ‘ଭାରତର ବିଶାଳ ସବୁଜ ପ୍ରାଚୀର’

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଏବଂ ମରୁଭୂମୀ ରୋକିବାକୁ ଆଫ୍ରିକା ମଧ୍ୟ ଦେଇ ଡାକାରରୁ ଜିବୌତି ଯାଏଁ ଲମ୍ବିଥିବା ‘ବିଶାଳ ସବୁଜ ପ୍ରାଚୀର’ ଧାରାରେ ଗୁଜରାଟରୁ ଦିଲ୍ଲୀ-ହରିୟାଣା ସୀମାନ୍ତ ପର୍ଯ୍ୟନ୍ତ ୧୪୦୦ କିଲୋମିଟର ଲମ୍ବ ଓ ୫ କିଲୋମିଟର ଓସାରବିଶିଷ୍ଟ ସବୁଜ ପ୍ରାଚୀର ନିର୍ମାଣ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି।

କଥାଟି ବିଚାରସ୍ଥରରେ ଥିଲେ ମଧ୍ୟ ଏହି ପ୍ରକଳ୍ପରେ ବିଶ୍ୱାସ ରଖିଥିବା ବିଭିନ୍ନ ମନ୍ତ୍ରାଳୟରେ ଏହା ଚଞ୍ଚଳତା ସୃଷ୍ଟି କରିଛି। ଯଦି ଏହା ମଞ୍ଜୁର ହୁଏ ତେବେ ଭାରତର ଭୂମିକ୍ଷୟ ଏବଂ ପୂର୍ବ ଦିଗକୁ ଥର୍‌ ମରୁଭୂମୀର ବୃଦ୍ଧିକୁ ବାଧା ଦେବ।

ସେମାନଙ୍କର ବିଶ୍ୱାସ ପୋରବନ୍ଦରରୁ ପାନିପତ ଯାଏଁ ଏଭଳି ସବୁଜ ବେଲ୍‌ଟ୍‌ ନିର୍ମାଣ କରାଗଲେ ଏହା ଯେ କେବଳ ସମଗ୍ର ଗୁଜରାଟକୁ ଆଚ୍ଛାଦିତ କରିଥିବା ଆରାବଳି ପର୍ବତମାଳା, ରାଜସ୍ଥାନ, ହରିୟାଣା ଏବଂ ଦୀଲ୍ଲୀର ଭୂମିକ୍ଷୟ ରୋକିବ ତାହା ନୁହେଁ, ପଶ୍ଚିମ ଭାରତ ଏବଂ ପାକିସ୍ତାନରୁ ଉଡ଼ି ଆସୁଥିବା ଧୂଳିକୁ ରୋକିବାରେ ଏହା ବନ୍ଧ ସଦୃଶ କାମ ଦେବ।

ନିକଟରେ ଅନୁଷ୍ଠିତ ‘ସିଓପି୧୪’ ସମ୍ମିଳନୀରେ ଭାରତରେ ଜଙ୍ଗଲ କ୍ଷୟ ରୋକିବାକୁ ଜାତିସଂଘର ବୈଠକର ଏହା ଥିଲା ଅଂଶବିଶେଷ। କିନ୍ତୁ, ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନ ଥିବାରୁ ଏହା ଜାତିସଂଘରେ ଗୃହୀତ ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର