ତାମିଲନାଡୁ ନିର୍ବାଚନ ପାଇଁ ବିଜେପିର ଇସ୍ତାହାର: ୫୦ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦେଲା ପ୍ରତିଶ୍ରୁତି

ଚେନ୍ନାଇ: ତାମିଲନାଡୁ ନିର୍ବାଚନ ପାଇଁ ଆଜି ବିଜେପି ଇସ୍ତାହାର ଜାରି କରିଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏବଂ ଭି.କେ ସିଂଙ୍କ ଦ୍ୱାରା ଜାରି କରାଯାଇଥିବା ଇସ୍ତାହାରରେ ମୁଖ୍ୟତଃ କୃଷି କ୍ଷେତ୍ର ଉପରେ ଧ୍ୟାନ ଦିଆଯାଇଛି, ଯେଉଁଥିରେ କୃଷି ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ରହିଛି।

ଇସ୍ତାହାରରେ ଲେଖାଯାଇଛି ଯେ,

-୫୦ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

– କୃଷକମାନଙ୍କ ପାଇଁ ବାର୍ଷିକ ୬,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।

– ବ୍ୟବସାୟ ପାଇଁ ତାମିଲନାଡୁକୁ ଦକ୍ଷିଣ ଭାରତର ଏକ ନମ୍ବର ରାଜ୍ୟ ଭାବେ ପରିଣତ କରାଯିବ।

– ୧୨ଲକ୍ଷ ଏକର ପଞ୍ଚାମି ଜମି ପୁନରୁଦ୍ଧାର କରାଯାଇ ତାମିଲନାଡୁର ଅନୁସୂଚିତ ଜାତିର ଲୋକଙ୍କୁ ହସ୍ତାନ୍ତର କରାଯିବ।

– ହିନ୍ଦୁ ବିଦ୍ୱାନ ଏବଂ ସାଧୁମାନଙ୍କୁ ନେଇ ଗଠିତ ବୋର୍ଡକୁ ହିନ୍ଦୁ ମନ୍ଦିରର ପ୍ରଶାସନ ହସ୍ତାନ୍ତର କରାଯିବ।

-୧୮ରୁ ୨୩ ବର୍ଷ ବୟସର ଯୁବତୀମାନଙ୍କୁ ମାଗଣା ଦୁଇ ଚକିଆ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ।

-ଅଷ୍ଟମ ଏବଂ ନବମ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଟାବଲେଟ୍ ଯୋଗାଇ ଦିଆଯିବ।

– କୃଷି ପାଇଁ ପୃଥକ ବଜେଟ୍ ଅଣାଯିବ।

-ଚେନ୍ନାଇ ନିଗମକୁ ନୂଆଦିଲ୍ଲୀ ପରି ତିନୋଟି ନଗର ନିଗମରେ ବିଭକ୍ତ କରାଯିବ।

-ତାମିଲନାଡୁରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ବିତର୍କ ଏବଂ ବିଧାନସଭା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବା ପାଇଁ ବିଧାନ ପରିଷଦ ପୁନର୍ବାର ପୁନର୍ଜୀବିତ ହେବ।

-୨୦୨୨ମଧ୍ୟରେ ଜଲ୍ ଜୀବନ୍ ମିଶନ୍ ଅଧୀନରେ ପାଇପଲାଇନ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ରାଜ୍ୟର ପ୍ରତ୍ୟେକ ଘରକୁ ମାଗଣାରେ ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର