ଭାରତରେ ପ୍ରଥମ: ୧୧ ଗର୍ଭବତୀଙ୍କ ସମେତ ୫୦ ଜଣ ଜିକା ଭାଇରସ୍‌ ସଂକ୍ରମଣର ଶିକାର

ଜୟପୁର:ଦେଶର ସବୁଠାରୁ ବଡ଼ ଜିକା ଭାଇରସ୍‌ ସଂକ୍ରମଣର ଖବର ରାଜସ୍ଥାନର ଜୟପୁରରୁ ଆସିଛି। ୫୦ ଜଣ ଜିକା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ରାଜସ୍ତାନର ଜୟପୁରରୁ ୨୯ ଜଣ ଜିକା ଭାଇରସ୍‌ ସଂକ୍ରମିତ ଖବର ଆସିବା ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏକ ରିପୋର୍ଟ ମଗାଯାଇଥିଲା। ରିପୋର୍ଟ ଅନୁସାରେ ବର୍ତ୍ତମାନ ଏହି ସଂଖ୍ୟା ୫୦ ଟପିଥିବା ସୂଚନା ରହିଛି।

ହିନ୍ଦୁସ୍ତାନ ଟାଇମ୍‌ସ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୧ ଜଣ ଗର୍ଭବତୀ ମହିଳା ଜିକା ସଂକ୍ରମଣର ଶିକାର ହୋଇଛନ୍ତି। ରାଜସ୍ଥାନ ଯାଇଥିବା ବିଶେଷଜ୍ଞ ଦଳ ମତ ଦେଇଛନ୍ତି ଯେ, ମଶା ପ୍ରଜନନ ରୋକାଯାଇଥିବାରୁ ଜିକା ସଂକ୍ରମଣ ଆଉ ବ୍ୟାପିବାର ସମ୍ଭାବନା ନାହିଁ।

ଜୟପୁରର ଜିକା ସଂକ୍ରମିତ ଅଞ୍ଚଳରେ ବର୍ତ୍ତମାନ ୨୭୬ ଟି ବିଶେଷଜ୍ଞ ଟିମ୍‌ କାମ କରୁଛନ୍ତି। ବିଭିନ୍ନ ଓ୍ଵାର୍ଡର ୧୧,୩୧୩ଟି ଘରକୁ ତନଖି କରି ୨,୨୮୨ ଟି ମଶା ପ୍ରଜନନ ସ୍ଥଳୀକୁ ନଷ୍ଟ କରାଯାଇଥିବା ଜଣାପଡ଼ିଛି।

ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଜ୍ୱର ଭୋଗୁଥିବା ୧୩୩ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ଏଥିରେ ୫୮ ଗର୍ଭବତୀ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି।

ଉଲ୍ଲେଖଯୋଗ୍ୟ କି ଜିକା ଭାଇରସ୍‌ ସଂକ୍ରମଣ ହେବା ଫଳରେ ଗର୍ଭରେ ଥିବା ଶିଶୁ ଆକ୍ରାନ୍ତ ହୋଇଥାଏ। ଜ୍ୱର,ମୁଣ୍ଡ ବିନ୍ଧା,ମାଂସପେଶୀ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆଦି ଲକ୍ଷଣ ଜିକା ସଂକ୍ରମଣ ଯୋଗୁଁ ଦେଖାଦେଇଥାଏ।

ସମ୍ବନ୍ଧିତ ଖବର