ବିହାରରେ ପିଆଜ ଚୋରି: ଟ୍ରକ ଚାଳକକୁ ବନ୍ଧକ ବନାଇ ଲୁଟି ନେଲେ ୧୦୨ବସ୍ତା ପିଆଜ

କୈମୁର(ବିହାର): କିଛି ମାସ ହେଲାଣି ପିଆଜ ଦର ଲୋକଙ୍କ ଚିନ୍ତା ବଢ଼ାଇଛି। ଏହାର ଦାମ୍ ଏବେ ୧୦୦ଟଙ୍କା ଉପରେ ରହିଥିବା ବେଳେ କିଛି ଲୋକ ପିଆଜ ଖାଇବା ବନ୍ଦ କରି ସାରିଲେଣି। ବଢ଼ୁଥିବା ଦରକୁ ଦେଖି ଅନେକ ସ୍ଥାନରେ ପିଆଜ ଚୋରି ହେଉଥିବାର ଘଟଣା ପୂର୍ବରୁ ସାମ୍ନାକୁ ଆସିଥିବା ବେଳେ ଏବେ ବିହାରର କୈମୁର ଜିଲ୍ଲାରେ ମଧ୍ୟ ସେଭଳି ଘଟଣା ଘଟିଛି।

प्याज के दाम में लगी आग, ट्रक चालक को बंधक बना लूटी 51 क्विंटल प्याज
aajtak.intoday.in

‌କୈମୁର ଜିଲ୍ଲାର ମୋହନିଆ ଥାନା ଅଞ୍ଚଳରେ କିଛି ଲୁଟେରା ଟ୍ରକ୍ ଚାଳକକୁ ବନ୍ଧକ ବନାଇ ଟ୍ରକରେ ଥିବା ୧୦୨ବସ୍ତା ପିଆଜ ଚୋରି କରି ନେଇଥିବା କହିଛି ପୁଲିସ। ତେବେ ଘଟଣାଟି ସାମ୍ନାକୁ ଆସିବା ପରେ ତୁରନ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିନେବ ବୋଲି ଦାବି କରିଛି। ଟ୍ରକ୍ ଚାଳକ ଦେଶରାଜ ପୁଲିସକୁ ଦେଇଥିବା ତଥ୍ୟ ଅନୁଯାୟୀ, ପ୍ରୟାଗରାଜରୁ ଜହାନାବାଦକୁ ୧୦୨ବସ୍ତା ପିଆଜ ଟ୍ରକରେ ନେଇ ଆସୁଥିଲେ ଦେଶରାଜ। ଗୁରୁବାର ରାତି ୧୦ଟାରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଆସିବା ସହ ଟ୍ରକକୁ ଅଟକାଇଥିଲେ। ପରେ ଚାଳକକୁ ନିଜ ଗାଡ଼ିରେ ବସାଇ ଆଗକୁ ବଢ଼ିଥିଲେ। ରାତି ୨ଟା ପର୍ଯ୍ୟନ୍ତ ଚାଳକକୁ ଏପଟ ସେପଟ ଗାଡ଼ିରେ ବୁଲାଇବା ପରେ ଟ୍ରକ ପାଖରେ ଆଣି ଛାଡ଼ିଥିଲେ। ଚାଳକଜଣଙ୍କ ଟ୍ରକ୍ ପାଖରେ ପହଞ୍ଚିବା ବେଳକୁ ଟ୍ରକରୁ ୧୦୨ବସ୍ତା ପିଆଜ ଚୋରି ହୋଇ ସାରିଥିଲା।

ସମ୍ବନ୍ଧିତ ଖବର