୬୫ତମ ‘ଆମାଜନ୍‌ ଫିଲ୍ମଫେୟାର ଆୱାର୍ଡ-୨୦୨୦’ : ରଣବୀର ଶ୍ରେଷ୍ଠ ଅଭିନେତା, ଆଲିୟା ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ : ୬୫ତମ ‘ଆମାଜନ୍‌ ଫିଲ୍ମ‌ଫେୟାର ଆୱାର୍ଡ-୨୦୨୦’ ଘୋଷିତ ହୋଇଛି। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିୟା ଭଟ୍ଟ (ଚଳଚ୍ଚିତ୍ର: ଗଲି ବଏ) ପୁରସ୍କୃତ ହୋଇଥିବାବେଳେ ଶ୍ରେଷ୍ଠ ଅଭିନେତା ଭାବେ ରଣବୀର ସିଂହ (ଚଳଚ୍ଚିତ୍ର: ଗଲି ବଏ) ପୁରସ୍କୃତ ହୋଇଛନ୍ତି। ସେହିଭଳି ଆୟୁଷ୍ମାନ ଖୁରାନା ଶ୍ରେଷ୍ଠ ଅଭିନେତା କ୍ରିଟିକ୍‌ ପୁରସ୍କାର (ଆର୍ଟିକଲ ୧୫) ପାଇଥିବା ବେଳେ ଭୂମି ପେଣ୍ଡକାର ଏବଂ ତାପସୀ ପନ୍ନୁ ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍‌ ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜୋୟା ଅଖ୍‌ତାର (ଗଲି ବଏ) ପୁରସ୍କୃତ ହୋଇଥିବା ବେଳେ ‘ଗଲି ବଏ’କୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ବିଜୟ ମୌର୍ଯ୍ୟଙ୍କୁ ଶ୍ରେଷ୍ଠ ସଂଳାପ ପୁରସ୍କାର (ଗଲି ବଏ), ‘ଆର୍ଟିକଲ ୧୫’ ଶ୍ରେଷ୍ଠ ମୌଳିକ କାହାଣୀ, ରିମା କାଗ୍‌ତି ଏବଂ ଜୋୟା ଅଖ୍‌ତାରଙ୍କ ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ସିଦ୍ଧାନ୍ତ ଚତୁର୍ବେଦୀ ଙ୍କୁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା (ଗଲି ବଏ) ଅମୃତା‌ ସୁଭାଷଙ୍କୁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପୁରସ୍କାର ମିଳିଛି। ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ପୁରସ୍କାର ଅରିଜିତ ସିଂହଙ୍କୁ ମିଳିଥିବା ବେଳେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକ ଭାବେ ଶିଳ୍ପା ରାଓଙ୍କୁ ପୁରସ୍କୃତ କରାଯାଇଛି।

ସମ୍ବନ୍ଧିତ ଖବର