ଦିଲ୍ଲୀ ବିମାନ ବନ୍ଦରରୁ ଧରାପଡ଼ିଲେ ମାଲେସିଆ ଖସିଯିବାକୁ ଚେଷ୍ଟା କରୁଥିବା ୮ଜଣ ବିଦେଶୀ

ନୂଆଦିଲ୍ଲୀ: ମାଲେସିଆ ଖସିଯିବାକୁ ଉଦ୍ୟମ କରୁଥିବା ଆଠଜଣ ବ୍ୟକ୍ତି ରବିବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଧରାପଡ଼ିଛନ୍ତି । ସେମାନେ ସମସ୍ତେ ମାଲେସିଆର ନାଗରିକ । ନିକଟ ଅତୀତରେ ସେମାନେ ନିଜାମୁଦ୍ଦିନରେ ଅନୁଷ୍ଠିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଥା ଲୁଚାଉଥିବା ସନ୍ଦେହ କରାଯାଉଛି।

ଭାରତରୁ ମାଲେସିଆ ଯାଉଥିବା ମାଲିଣ୍ଡୋ ଏୟାରୱେଜର ଏକ ରିଲିଫ୍ ବିମାନରେ ସେମାନେ ଚଢ଼ିବାକୁ ଉଦ୍ୟମ କରୁଥିଲେ । ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ସମଗ୍ର ଭାରତରେ ଲକଡାଉନ୍ ଜାରି ହେବା ସହ ଯାତ୍ରୀବାହୀ ବିମାନ ଚଳାଚଳ ମଧ୍ୟ ରଦ୍ଦ କରାଯାଇଛି ।

Image Source: India Today

ଦିଲ୍ଲୀ ବିଭିନ୍ନ ଅଞ୍ଚଳରେ ଆତ୍ମଗୋପନ କରିଥିବା ଏହି ଆଠଜଣ ମାଲେସିଆବାସୀ ବିମାନବନ୍ଦରରେ ଏକତ୍ର ହୋଇଥିବା ବେଳେ ଧରାପଡ଼ିଛନ୍ତି । ଅଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେମାନଙ୍କୁ ଦିଲ୍ଲୀ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ ।

ତବଲିଗି ଜମାତ ଘଟଣା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ୯୬୦ ବିଦେଶୀଙ୍କୁ କଳାତାଲିକାଭୁକ୍ତ କରିବା ସହ ସେମାନଙ୍କର ପର୍ଯ୍ୟଟକ ଭିସା ରଦ୍ଦ କରିଛି ।

ସମ୍ବନ୍ଧିତ ଖବର