ଲକ ଡାଉନ ପ୍ରଭାବ: ଘରେ ପହଞ୍ଚିବା ପାଇଁ ୧୦୦କିଲୋମିଟର ଚାଲିଲେ ୮୦ବର୍ଷୀୟ ବୃଦ୍ଧ

ଗୌହାଟୀ: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ୨୧ଦିନିଆ ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ହଠାତ ଏଭଳି ଘୋଷଣା ପରେ ଅନେକ ଲୋକ ନିଜ ଘରଠାରୁ ଦୂରରେ ଫସି ରହିଛନ୍ତି | ଫସି ରହିଥିବା ଲୋକଙ୍କର ଘର ଚିନ୍ତା ଏବଂ ଖାଇବା ପିଇବାରେ ସମସ୍ୟା ହେଉଥିବାରୁ ସେମାନେ ଚାଲି ଚାଲି ଘରକୁ ଫେରୁଥିବାର ଦୃଶ୍ୟ ପୂର୍ବରୁ ଦେଖିବାକୁ ମିଳିଥିଲା | ବର୍ତ୍ତମାନ ଆସାମର ଲକ୍ଷ୍ମୀପୁର ଜିଲ୍ଲାରେ ରହୁଥିବା ୮୦ ବର୍ଷ ବୟସ୍କ ଜଣେ ବୃଦ୍ଧ ନିଜ ଘରେ ପହଞ୍ଚିବା ପାଇଁ ୧୦୦କିଲୋମିଟରରୁ ଅଧିକ ବାଟ ଚାଲିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |

ସୂଚନା ମୁତାବକ, ଲକ୍ଷ୍ମୀପୁର ଜିଲ୍ଲାର ଲାଲୁକ ଅଞ୍ଚଳରେ ରହୁଥିବା ଖାଗେନ ବାରୁଆ ନାମକ ଏହି ବ୍ୟକ୍ତି ପ୍ରଧାନମନ୍ତ୍ରୀ ଲକ ଡାଉନ ଘୋଷଣା କରିବା ପୂର୍ବରୁ ପୁଅକୁ ଭେଟିବା ପାଇଁ ଗୌହାଟୀ ଯାଇଥିଲେ। ଲକ ଡାଉନ ଘୋଷଣା ପରେ ସେ ସଙ୍ଗେ ସଙ୍ଗେ ଗୌହାଟୀରୁ ଟ୍ରେନ୍ ଯୋଗେ ନାଗାଓଁ ଜିଲ୍ଲାର କାଳିଆବୋର୍ ଅଞ୍ଚଳରେ ପହଞ୍ଚିଥିଲେ | କିନ୍ତୁ ସେଠାରୁ ସେ କୌଣସି ସାଧାରଣ ପରିବହନ ପାଇବାରେ ବିଫଳ ହେବାରୁ ନିଜ ଘରେ ପହଞ୍ଚିବା ପାଇଁ କାଳିଆବୋରଠାରୁ ଚାଲିବା ଆରମ୍ଭ କରିଥିଲେ | ଯାହା ତାଙ୍କ ଘରଠାରୁ ୨୧୫କିଲୋମିଟର ଦୂରରେ ଅବସ୍ଥିତ |

Coronavirus Outbreak Updates: WHO warns against using 'untested ...
Firstpost

ଗୁରୁବାର ଦିନ ଖାଗେନ ବାରୁଆ କାଳିଆବୋରଠାରୁ ୧୦୦କିଲୋମିଟର ଦୂର ପର୍ଯ୍ୟନ୍ତ ଚାଲିବା ପରେ ବିଶ୍ୱନାଥ ଚାରିଆଲିରେ ପହଞ୍ଚିଥିଲେ। କିଛି ସ୍ଥାନୀୟ ଲୋକ ତାଙ୍କୁ ଦେଖିବା ପରେ ସେମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ପୁଲିସକୁ ଜଣାଇଥିଲେ। ଖାଗେନ ବାରୁଆ କହିଛନ୍ତି ଯେ, ମୁଁ ପୁଅକୁ ଭେଟିବା ପାଇଁ ଗୌହାଟୀ ଯାଇଥିଲି, କିନ୍ତୁ ଲକ ଡାଉନ ପାଇଁ ମୋ ପୁଅ ସହ ମୋର ଯୋଗାଯୋଗ ହୋଇପାରି ନଥିଲା । ପରେ ମୁଁ ଟ୍ରେନ୍ ଯୋଗେ ଗୌହାଟୀରୁ କାଳିଆବୋରକୁ ଫେରିଗଲି | କିନ୍ତୁ ସେଠାରେ ମୋତେ ଘରକୁ ଯିବା ପାଇଁ କୌଣସି ଗାଡି ନ ମିଳିବାରୁ ମୁଁ ମୋ ଘରେ ପହଞ୍ଚିବା ପାଇଁ କାଳିଆବୋରରୁ ଚାଲିବାକୁ ସ୍ଥିର କଲି | ବିଶ୍ୱନାଥ ଚାରିଆଲିରେ ପହଞ୍ଚିବା ପରେ ମୁଁ ବହୁତ ଦୁର୍ବଳ ଅନୁଭବ କରିବାରୁ ଏକ ରେଳ ଷ୍ଟେସନରେ ରାତି କଟାଇଥିଲି | ଯେଉଁଠାରୁ ମୋତେ ଡାକ୍ତରଖାନା ନିଆଯାଇଥିଲା ବୋଲି ଖାଗେନ ବାରୁଆ କହିଛନ୍ତି। ସବୁ ଜାଣିବା ପରେ ଶୁକ୍ରବାର ଦିନ ବିଶ୍ୱନାଥ ଜିଲ୍ଲା ପୁଲିସ ବୃଦ୍ଧଙ୍କୁ ନଗଦ ଟଙ୍କା ସହିତ ପୁଲିସ ଗାଡିରେ ଲକ୍ଷ୍ମୀପୁର ଜିଲ୍ଲାର ଲାଲୁକସ୍ଥିତ ତାଙ୍କ ଘରେ ଛାଡିଥିବା ଜଣା ପଡିଛି |

ସମ୍ବନ୍ଧିତ ଖବର