୨୭ ବର୍ଷ ଧରି ଅନ୍ନ ସ୍ପର୍ଶ କରିନଥିବା ବୃଦ୍ଧା , ରାମମନ୍ଦିର ଦେଖିବା ପରେ ହିଁ ଅନ୍ନ ସ୍ପର୍ଶ କରିବେ

ଜବଲପୁର : ଭାଗବାନ ରାମ ଓ ରାମଜନ୍ମଭୂମି ରାଜନୈତିକ ଦଳମାନଙ୍କ ପାଇଁ ଏକ ରାଜନୈତିକ ପ୍ରସଙ୍ଗ ହୋଇଥାଇପାରେ, କିନ୍ତୁ ଭାରତର କୋଟି କୋଟି ହିନ୍ଦୁଙ୍କ ପାଇଁ ଏହା ଆସ୍ଥା ଓ ବିଶ୍ୱାସର ପ୍ରସଙ୍ଗ । ଅନେକ ଦଶନ୍ଧୀ ଧରି ସାଧାରଣ ଧର୍ମପ୍ରାଣ ହିନ୍ଦୁ ଏହି ମନ୍ଦିର ନିର୍ମାଣକୁ ଅପେକ୍ଷା କରିଥିଲା । ଏପରି ଜଣେ ମହିଳା ହେଉଛନ୍ତି ମଧ୍ୟପ୍ରଦେଶ ଜବଲପୁର ସ୍ଥିତ ବିଜୟନଗରର ୮୭ ବର୍ଷୀୟା ଉର୍ମିଳା ଚତୁର୍ବେଦୀ । ଗତ ୨୭ ବର୍ଷଧରି କେବଳ କଦଳୀ ଓ ଚା ପି ଜୀବନ ଧାରଣ କରିରହିଛନ୍ତି । ଗତ ୧୯୯୨ ଡିସେମ୍ବର ୬ରେ ଅଯୋଧ୍ୟାରେ ବାବରି ମସଜିଦ ଭଙ୍ଗାଯିବା ପରେ ସାରା ଦେଶରେ ହିନ୍ଦୁ ମୁସଲିମ ଦଙ୍ଗା ହୋଇଥିଲା ।

ଏହା ତାଙ୍କ ମନକୁ ଦୁଃଖ ଦେଇଥିଲା । ସେ ପଣ କରିଥିଲେ ଯେ ଏହି ବିବାଦର ସମାଧାନ ହୋଇ ଅଯୋଧ୍ୟାରେ ରାମ ମନ୍ଦିର ନ ହେବା ପର୍ଯ୍ୟନ୍ତ ସେ ଅନ୍ନ ସ୍ପର୍ଶ କରିବେ ନାହିଁ । ସେହି ଦିନଠାରୁ ସେ ପ୍ରତିଦିନ କେତୋଟି କଦଳୀ ଓ ଚା ପିଇ ରହିଛନ୍ତି । ଗତ ୯ ତାରିଖ ଦିନ ଅଯୋଧ୍ୟା ରାୟ ଆସିବା ପରେ ତାଙ୍କ ଖୁସି କହିଲେ ନ ସରେ । କିନ୍ତୁ ଏବେ ବି ସେ ନିଜ ଜିଦ ଛାଡି ନାହାନ୍ତି । ରାମମନ୍ଦିର ଦେଖିବା ପରେ ହିଁ ସେ ସ୍ୱାଭାବିକ ଖାଦ୍ୟଗ୍ରହଣ ଆରମ୍ଭ କରିବେ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର