ନିୟନ୍ତ୍ରଣ ହରାଇ ସ୍କୁଲ ଭିତରେ ପଶିଗଲା ବୋଲେରୋ : ୯ଜଣ ଶିଶୁ ମୃତ, ୨୦ରୁ ଊର୍ଦ୍ଧ୍ୱ ଗୁରୁତର

ମୁଜାଫରପୁର: ବିହାରର ମୀନାପୁର ଅଞ୍ଚଳରେ ନିୟନ୍ତ୍ରଣ ହରାଇ ଶନିବାର ଅପରାହ୍ନରେ ଏକ ବୋଲେରୋ ସ୍କୁଲ ଭିତରେ ପ୍ରବେଶ କରିବାରୁ ୯ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ ଜଣ ଶିଶୁ ଓ ମହିଳା ଗୁରୁତର ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅହିୟାପୁରର ଝପହାସ୍ଥିତ ଏକ ସ୍କୁଲରେ ନିୟନ୍ତ୍ରଣ ହରାଇ ବୋଲେରୋ ପଶି ଯାଇଥିଲା। ଫଳରେ ବିଦ୍ୟାଳୟ ପରିସର ଭିତରେ ଥିବା୯ଜଣ ଶିଶୁଙ୍କ ଉପରେ ଚଢ଼ିଯାଇଥିଲା। ମୁଜାଫରପୁର ଏସଏସପି ବିବେକ କୁମାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଘଟଣାସ୍ଥଳରେ ୯ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ଓ ଆହତ ପିଲା ଓ ମହିଳାଙ୍କୁ ଏସକେଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ, ଧର୍ମପୁରୀ ବିଦ୍ୟାଳୟରେ ପିଲାମାନେ ଛୁଟି ପରେ ଘରକୁ ଯିବା ପାଇଁ ବାହାରୁଥିଲେ। ଏହି ସମୟରେ ମୁଜାଫରପୁର-ଶିବହର ମାର୍ଗରେ ଦ୍ରୁତ ଗତିରେ ଯାଉଥିବା ବୋଲେରୋ ନିୟନ୍ତ୍ରଣ ହରାଇ ପିଲାମାନଙ୍କ ଉପରେ ଚଢ଼ି ଯାଇଥିଲା। ପ୍ରତକ୍ଷ୍ୟଦର୍ଶୀମାନେ କିଛି ଭାବିବା ପୂର୍ବରୁ ୯ଜଣ ଶିଶୁଙ୍କର ଜୀବନ ଚାଲି ଯାଇଥିଲା।

ବୋଲେରୋର ଚାଳକ ନିୟନ୍ତ୍ରଣ ହରାଇ ପରେ ଗାଡିଟିକୁ ଓଲଟାଇ ଦେଇଥିଲେ। ବୋଲେରୋ ଥିବା ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର