ଆପଣ ଜାଣିଛନ୍ତି କି? ଚନ୍ଦା ପୁରୁଷଙ୍କୁ ମହିଳା  ଅଧିକ ପସନ୍ଦ କରିଥାଆନ୍ତି

ନୂଆଦିଲ୍ଲୀ : ଆଜିକାଲି କେଶ ଉପୁଡ଼ିବା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏହାର ଅନେକ କାରଣ ରହିଥିବା ବେଳେ ଏଥିରୁ ରକ୍ଷା ପାଇବାର ବହୁ ଉପାୟ ମଧ୍ୟ ରହିଛି। ତେବେ ବର୍ତ୍ତମାନ ଅବେଳରେ କେଶହାନୀ ଘଟି  ଚନ୍ଦା ହୋଇଥିବା ଲୋକଙ୍କ ପାଇଁ  ଆସିଛି ଏକ ଖୁସି ଖବର ।
Dayafter India
ପେନସିଲଭେନିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ମହିଳାମାନେ କେଶ ନଥିବା ପୁରୁଷ(ଚନ୍ଦା) ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ ।
indiatimes.com
       ଗବେଷଣା ଅନୁଯାୟୀ, ଅଧିକ କିମ୍ବା କମ୍‌ କେଶ ଥିବା ପୁରୁଷଙ୍କ ଅପେକ୍ଷା  ଲଣ୍ଡା ଏବଂ ଚନ୍ଦା ପୁରୁଷଙ୍କୁ ଅଧିକ ପସନ୍ଦ କରିଥାନ୍ତି ମହିଳା । କାରଣ ଏମାନଙ୍କର ବ୍ୟକ୍ତିତ୍ୱ କେଶ ଥିବା ବ୍ୟକ୍ତିମାନଙ୍କ ଅପେକ୍ଷା ଅଧିକ ପ୍ରଭାବଶାଳୀ  ଏବଂ ଆକର୍ଷଣୀୟ ହୋଇଥାଏ ।
hipsterbeardclub.com
ବିଶ୍ୱବିଦ୍ୟାଳୟ ପକ୍ଷରୁ ମୋଟ ୫୫୨ ପୁରୁଷ ଏବଂ ମହିଳାଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ଏଥିରୁ ପ୍ରମାଣିତ ହୋଇଥିଲା ପ୍ରାକୃତିକ ଭାବେ ଲଣ୍ଡା ଥିବା ପୁରୁଷ ଅଧିକ ଆକର୍ଷଣୀୟ ରହିଥାନ୍ତି । ଏହି ବର୍ଗର ପୁରୁଷ ନିଜ ବୟସରୁ ଅଧିକ ଦେଖାଯାଇଥାନ୍ତି । ବିଶ୍ୱସ୍ତ, ବୁଝାମଣା ଏବଂ ପରିପକ୍ୱତା ଆଦି ସ୍ୱଭାବ ଦୃଷ୍ଟିରୁ ଚନ୍ଦା/ ଲଣ୍ଡା ପୁରୁଷ ବହୁତ ଆଗରେ ଥାଆନ୍ତି।
ସମ୍ବନ୍ଧିତ ଖବର