କରୋନାକୁ ହରାଇବା ପରେ ମଧ୍ୟ ୯୩ବର୍ଷୀୟା ବୃଦ୍ଧାଙ୍କୁ ଘରକୁ ନେବାକୁ ମନା କଲେ ପରିବାର ଲୋକ

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୯୩ବର୍ଷ ବୟସ୍କା ବୃଦ୍ଧା ମହିଳା କରୋନା ଭୂତାଣୁ(କୋଭିଡ -୧୯) ରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ | ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ ମଧ୍ୟ ତାଙ୍କ ପରିବାର ତାଙ୍କୁ ଘରକୁ ନେବାକୁ ମନା କରୁଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପରିବାର ସଦସ୍ୟ କହିଛନ୍ତି ଯେ, ପ୍ରଥମେ ସମସ୍ତ ଅନୁସନ୍ଧାନ କରାଯିବା ପରେ ଯାଇ ଆମେ ମାଁଙ୍କୁ ଘରକୁ ନେବୁ | ସଂକ୍ରମଣ ହେବା ଭୟରେ ପରିବାର ଲୋକେ ଏଭଳି କହୁଥିବା ସାମ୍ନାକୁ ଆସିଛି |

ବୃଦ୍ଧା ଏବେ ଗାନ୍ଧୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେବା ପରେ ଡାକ୍ତର ତାଙ୍କୁ ଘରେ ସଙ୍ଗରୋଧରେ ରଖିବାକୁ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ବୃଦ୍ଧାଙ୍କ ମଧ୍ୟରେ ଏବେ ବି କରୋନା ଭୂତାଣୁ ଅଛି ବୋଲି ଭାବି ପରିବାର ଲୋକେ ତାଙ୍କୁ ଘରକୁ ନେବା ପାଇଁ ମନା କରିଦେଇଥିଲେ | ବୃଦ୍ଧାଙ୍କ ମଧ୍ୟରେ କରୋନା ଭୂତାଣୁ ନାହିଁ ବୋଲି ସ୍ପଷ୍ଟ ହେବା ପରେ ଯାଇ ପରିବାର ଲୋକେ ବୃଦ୍ଧାଙ୍କୁ ଘରକୁ ନେବେ ବୋଲି କହିଥିବା ଜଣା ପଡିଛି |

93-year-old Hyderabad Woman Recovers from Covid-19 But Family ...
News18.com

ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ପୁଅ ଏବଂ ଦୁଇ ନାତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତ ସପ୍ତାହରେ ବୃଦ୍ଧ ମହିଳାଙ୍କ ପୁଅ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ପରେ ଦୁଇ ନାତି ସୁସ୍ଥ ହେବା ପରେ ତାଙ୍କୁ ଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା | ଏବେ ବୃଦ୍ଧା ସୁସ୍ଥ ହେବା ପରେ ଡାକ୍ତର ତାଙ୍କୁ ମଧ୍ୟ ଘରେ ସଙ୍ଗରୋଧରେ ରହିବାକୁ କହିଥିଲେ | କିନ୍ତୁ ତାଙ୍କ ନାତୁଣୀ ବୃଦ୍ଧାଙ୍କୁ କିଛି ଦିନ ଡାକ୍ତରଖାନାରେ ରଖିବାକୁ କହିବା ପରେ ଏବେ ଡାକ୍ତର ବୃଦ୍ଧାଙ୍କୁ ରଖିବା ପାଇଁ ରାଜି ହୋଇଛନ୍ତି |

ସମ୍ବନ୍ଧିତ ଖବର