ଭାରତ-ଚୀନ୍ ସୀମାନ୍ତରେ ‘ଆଇଇଏସ୍’ ନିଖୋଜ; ଆସନ୍ତା ମାସରେ ହୋଇଥାଆନ୍ତା ବାହଘର

ବଳରାପୁର: ଭାରତ-ଚୀନ୍ ସୀମାନ୍ତରେ ଚାଲିଥିବା ସଡ଼କ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବାକୁ ଯାଇ ନିଖୋଜ ହୋଇଯାଇଥିବା ‘ଭାରତୀୟ ଇଞ୍ଜିନିୟରିଙ୍ଗ୍ ସେବା’ର ଅଫିସର୍ ସୁଭାନ୍ ଅଲୀଙ୍କର ‘ଜିପ୍‌ସି’ ଗାଡ଼ିର ସନ୍ଧାନ ମିଳିଛି। ନିୟନ୍ତ୍ରଣ ହରାଇ ଗାଡ଼ିଟି ପାଞ୍ଚ ହଜାର ଫୁଟ୍ ଗଭୀର ଖାଇ ମଧ୍ୟକୁ ଖସିପଡ଼ିଛି। କିନ୍ତୁ, ସୁଭାନଙ୍କର ପତ୍ତା ମିଳିନାହିଁ। ତାଙ୍କର ସନ୍ଧାନ ନେବାକୁ ସେନାବାହିନୀର ହେଲିକପ୍ଟର୍ ସେ ଅଞ୍ଚଳରେ ପଇନ୍ତରା ମାରୁଛି।

୨୮ ବର୍ଷିୟ ସୁଭାନ ହେଉଛନ୍ତି ଉତ୍ତର ପ୍ରଦେଶର ବଳରାମପୁର ଜିଲ୍ଲାର କୌଭାପୁର ନଗରାଞ୍ଚଳ ଅନ୍ତର୍ଗତ ଜୟନଗର ଗ୍ରାମର ବାସିନ୍ଦା ରମଜାନ ଅଲୀଙ୍କ ପୁତ୍ର। ତିନି ମାସ ତଳେ ପ୍ରତିରକ୍ଷା ମନ୍ତ୍ରାଳୟର ସିଭିଲ୍ ଇଞ୍ଜିନିୟର୍ ଭାବେ ତାଙ୍କୁ ଲଦାଖରେ ନିଯୁକ୍ତି ମିଳିଥିଲା। ବଳରାମପୁର ଜିଲ୍ଲାରେ ଥିବା ରମଈଡ଼ିହ ଆଦର୍ଶ ବିଦ୍ୟା ମନ୍ଦିରରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିବା ସୁଭାନ ଛଅ ମାସ ତଳେ ୟୁପିଏସ୍‌ସିର ଆଇଇଏସ୍ ପରୀକ୍ଷାରେ ସଫଳ ହୋଇ ନିଜ ଅଞ୍ଚଳର ନାଁ ଲୋକଲୋଚନକୁ ଆଣିଥିଲେ।

Image Courtesy of The State

ପରିବାର ତରଫରୁ ମିଳିଥିବା ସୂଚନା ଅନୁସାରେ, ଜୁଲାଇ ମାସରେ ସୁଭାନଙ୍କର ବିବାହ ତାରିଖ ଧାର୍ଯ୍ୟ କରାଯାଇଥିଲା। ଘରେ ବାହାଘର ପ୍ରସ୍ତୁତି ମଧ୍ୟ ଚାଲିଥିଲା। ଏପ୍ରିଲ୍‌ରେ ତାଙ୍କର ବାହାଘର ହୋଇ ଥାଆନ୍ତା, କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ସମ୍ଭବ ହେଲା ନାହିଁ ବୋଲି ଭାଇ ସୁଭନ କହିଛନ୍ତି।

ସୁଭାନ୍ ଦୈନିକ ତାଙ୍କ ପରିବାର ଲୋକଙ୍କ ସହ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା କରନ୍ତି। ତାଙ୍କ ପରିବାର କହିଲେ, ବାପା ରମଜାନ୍, ମାଆ ମେହରୁନିଶା, ଭାଇ ଶାବାନ ଏବଂ ଭଉଣୀ ଶାମା ପରବିନ, ସୀମା ଏବଂ ସୋନୀ। ଭାରତ-ଚୀନ୍ ବିବାଦ ଯୋଗୁଁ ତାଙ୍କ ପରିବାର ସୁଭାନଙ୍କ କଥାରେ ଚିନ୍ତିତ ଥିଲେ। ତାଙ୍କ ଭାଇ ଶାବାନ କହନ୍ତି ଯେ, ସୋମବାର ଦିନ ସୁଭାନ୍‌ଙ୍କ ଫୋନ୍ ଆସିଲା ନାହିଁ। ଘରୁ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହେଲାନାହିଁ। ମଙ୍ଗଳବାର ଦିନ ଭାଇ ଶାବାନ ସୁଭାନ୍‌ଙ୍କ ସିନିୟର୍ ଅଫିସର୍‌ଙ୍କୁ ଫୋନ୍‌ କରିବା ପରେ ଯାଇ ଘଟଣା ସଂକ୍ରାନ୍ତରେ ଜାଣିବାକୁ ପାଇଥିଲେ। ସବୁ ଜାଣିବା ପରେ ତାଙ୍କ ପରିବାରର ବଡ଼ ଶୋଚନୀୟ ଅବସ୍ଥାରେ କାଳ କାଟୁଛନ୍ତି।

ସୁଭାନଙ୍କ ବାପା ପୋଷାକ ସିଲାଇ କାମ କରନ୍ତି ଏବଂ ନିଜ ପେଟକାଟି ପୁଅକୁ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ କରାଇଥିଲେ। ସୁଭାନ ପାଇଁ ସେ କଦାପି କୌଣସି କଥାରେ ଊଣା କରି ନ ଥିଲେ। ସୁଭାନ୍‌ ମଧ୍ୟ ‘ଆଇଇଏସ୍‌’ ୨୪ତମ ରୢାଙ୍କ୍‌ ପାଇ ବାପାଙ୍କ ସ୍ବପ୍ନ ପୂରଣ କରିଥିଲେ।

ସମ୍ବନ୍ଧିତ ଖବର