ମଙ୍ଗଳ ଗ୍ରହକୁ ମାନବ ପ୍ରେରଣ ଅଭିଯାନରେ ଜଣେ କମେଡିଆନ୍‌ଙ୍କୁ ପଠାଇବ ନାସା

ନୂଆଦିଲ୍ଲୀ: ଅଜ୍ଞାତ ମହାଶୂନ୍ୟରେ ଦୀର୍ଘ ଦିନ ଧରି ମଙ୍ଗଳ ଗ୍ରହକୁ ଯାତ୍ରା କରିବା ସମୟରେ ମହାକାଶଯାନ ମଧ୍ୟରେ ଥିବା ମହାକାଶଚାରୀଙ୍କ ସହ ଜଣେ କମେଡିଆନ୍‌ ବା ହାସ୍ୟ ରସିକ ଆବଶ୍ୟକ, ଯିଏ ମଉଜିଆ କଥା କହି ହସ କୌତୁକ କରାଇ ପାରୁଥିବେ। ଏକ କଥା ନାସାର ବୈଜ୍ଞାନିକମାନେ କହୁଛନ୍ତି।

ଲୋହିତ ଗ୍ରହ ମଙ୍ଗଳକୁ ଯାତ୍ରା କରିବା ସମୟରେ ମହାଶୂନ୍ୟରେ ମହାକାଶଚାରୀମାନେ ଅଭୂତପୂର୍ବ ଏକାକୀତ୍ୱ ଅନୁଭବ କରିବେ। ଏଭଳି ଏକାକୀତ୍ୱ କେବଳ କ୍ରିଷ୍ଟୋଫର୍‌ କଲମ୍ବସ୍‌ଙ୍କ ଆମେରିକା ଅନେ୍ଵଷଣ ବେଳର ଐତିହାସିକ ଜଳଯାତ୍ରା ସହ ତୁଳନୀୟ।

ଏ ଭଳି ଆହ୍ଵାନ ଭରା ଯାତ୍ରାରେ ମହାକାଶଚାରୀମାନଙ୍କ ମଧ୍ୟରେ ସାମାଜିକ ପରିବେଶ ସୃଷ୍ଟି କରାଇବା ନିହାତି ଆବଶ୍ୟକ। ଏକାକୀତ୍ୱର ଅନୁଭବ ସହ ପରିଚିତ ହେବା ଲାଗି ନାସା ମହାକାଶଚାରୀମାନଙ୍କୁ ଆଲାସ୍କା ମାଛଧରା କ୍ୟାମ୍ପ୍‌ କିଂବା ଆଣ୍ଟାର୍କଟିକା ଗସ୍ତରେ ନେଉଛି। ଏହି ଅଭିଯାନ ସମୟରେ ଦେଖାଯାଉଛି ଯେ ଅଭିଯାତ୍ରୀ ଦଳଙ୍କ ମଧ୍ୟରେ ରହସ୍ୟ କରିପାରୁ ଥିବା ଲୋକଟିଏ ଥିଲେ ସେମାନେ ପ୍ରାୟ ସ୍ୱାଭାବିକ ହାବଭାବ ପ୍ରଦର୍ଶନ ଓ ଭଲ କାମ ବି କରୁଛନ୍ତି। ହାସ୍ୟରସିକ ଲୋକମାନଙ୍କର ସମସ୍ତଙ୍କୁ ଏକତ୍ର କରାଇବାର ଦକ୍ଷତା ରହିଛି। ସେମାନେ ମନର ବିବ୍ରତ ଭାବ ଦୂରେଇ ଉତ୍ସାହ ଭରି ଦିଅନ୍ତି।
ରୁଷିଆ, ପୋଲାଣ୍ଡ୍‌, ଚୀନ୍‌ ଏବଂ ଦକ୍ଷିଣ ମେରୁରେ ଭାରତରେ ମହାକାଶଚାରୀଙ୍କୁ ନେଇ କାମ କଲାବେଳେ ଏକଥା ଦେଖାଯାଇଛି।

ସମ୍ବନ୍ଧିତ ଖବର