ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଅନସାର ଜଣେ ବିଜେପି ନେତା: ଆପ୍ ବିଧାୟକ ଅତିଶୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ହିଂସାକୁ ନେଇ ଭିନ୍ନ ଭିିନ୍ନ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ହିଂସା ପାଇଁ ବିଜେପି ଦାୟୀ ବୋଲି ଗତକାଲି ଏନସିପି ନେତା ଶରଦ ପାୱାର କହିଥିବା ବେଳେ ଆଜି ଆମ୍ ଆଦମୀ ପାର୍ଟିର ବିଧାୟକ ଅତିଶୀ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଜାହାଙ୍ଗୀରପୁରୀ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଅନସାର ଜଣେ ବିଜେପି ନେତା।

ଅତିଶୀ ଟ୍ୱିଟ୍ କରି କହିଛନ୍ତି, ଜାହାଙ୍ଗୀରପୁରୀ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଅନସାର ଜଣେ ବିଜେପି ନେତା। ସେ ବିଜେପିର ପ୍ରାର୍ଥୀ ସଂଗୀତା ବଜାଜଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କର ବିଜେପିରେ ସକ୍ରିୟ ଭୂମିକା ରହିଛି। ଅତିଶୀ ଆହୁରି ଲେଖିଛନ୍ତି, ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ବିଜେପି ହିଁ ଦଙ୍ଗା କରିଛି।

Jahangirpuri violence accused Ansar belongs to AAP or BJP? Both parties pass the buck
indiatoday

ଅତିଶୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ, ଜାହାଙ୍ଗୀରପୁରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଅନସାର ବିଜେପି ନେତାଙ୍କ ସହିତ ମଞ୍ଚ ଉପରେ ଛିଡ଼ା ହୋଇଥିବାର ନଜର ଆସିଛନ୍ତି।

ଅତିଶୀଙ୍କ ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର କହିଥିଲେ ଯେ, ରାମ ନବମୀ ସମୟରେ ସାମ୍ପ୍ରଦାୟିକ ହିଂସା ହେବା ବିଷୟରେ ଆମେ କେବେ ଶୁଣିନାହୁଁ। ହେଲେ ବିଜେପି କ୍ଷମତାରେ ଥିବା ବେଳେ ଏଭଳି ଘଟଣା ଘଟୁଛି। ଏହା ପଛର କାରଣ ହେଉଛି ବିଜେପି ଏବଂ ସେମାନଙ୍କର କିଛି ସଂଗଠନ। ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି। ଦିଲ୍ଲୀର ଜାହାଙ୍ଗୀରପୁରୀରେ ଯାହା ଘଟିଛି ସେଥିପାଇଁ କେବଳ ବିଜେପି ହିଁ ଦାୟୀ।

ସମ୍ବନ୍ଧିତ ଖବର