ଧୋତି, ପଞ୍ଜାବୀ ପିନ୍ଧି ଅଭିଜିତ ବାନାର୍ଜୀ ଗ୍ରହଣ କଲେ ନୋବେଲ ପୁରସ୍କାର

କୋଲକାତା: ବାନ୍ଧଗଳା ପଞ୍ଜାବୀ ଓ ଧୋତି ପରିଧାନ କରି ଅଭିଜିତ୍‌ ବିନାୟକ ବାନାର୍ଜୀ ଷ୍ଟକ୍‌ହୋମ୍‌ର କନର୍ସଟ୍‌ ହଲ୍‌ରୁ ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି। ସାଥୀରେ ତାଙ୍କ ପତ୍ନୀ ଇସ୍ତର ଡୁଫ୍‌ଲୋ ଏବଂ ସହଯୋଗୀ ମିଚେଲ୍‌ କ୍ରେମର୍‌ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାକୁ ଅଭିଜିତ୍‌ଙ୍କ ସମେତ ପତ୍ନୀ ଇସ୍ତର ଡୁଫ୍‌ଲୋ ଏବଂ ସହଯୋଗୀ ମିଚେଲ୍‌ କ୍ରେମରଙ୍କ ନାମ ମିଳିତ ଭାବେ ଘୋଷଣା କରାଯାଇଥିଲା। ଅଭିଜିତଙ୍କ ପତ୍ନୀ ଡୁଫ୍‌ଲୋ ମଧ୍ୟ ଶାଢ଼ୀ ପରିଧାନ କରିଥିବା ଦେଖାଯାଇଥିଲା। ପୁରସ୍କାର ଗ୍ରହଣ ଉତ୍ସବରେ ଅଭିଜିତ୍‌ଙ୍କ ମା’ ନିର୍ମଳା, ଦୁଇ ସନ୍ତାନ ଏବଂ ଭାଇ ଅନିରୁଦ୍ଧ ଉପସ୍ଥିତ ଥିଲେ। ଅଭିଜିତ ପଢୁଥିବା ପ୍ରେସିଡେନ୍‌ସି କଲେଜରେ ମଧ୍ୟ ଆଜି ଉତ୍ସବର ବାତାବରଣ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର