ଚେନ୍ନାଇ: ତାମିଲନାଡୁ ପଞ୍ଚାୟତ ନିର୍ବାଚନରେ ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ ପାର୍ଟିର ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ସୂଚନା ମୁତାବକ ବିଜୟଙ୍କ ଫ୍ୟାନକ୍ଲବ ଅଲ ଇଣ୍ଡିଆ ଥଲପତି ବିଜୟ ମୁକ୍କଲ ଇୟକମ୍ ପାର୍ଟି ୧୬୯ ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୫ ଜଣ ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ଅଭିନେତାଙ୍କର ଏହି କ୍ଲବ ତରଫରୁ ଏହା ପ୍ରଥମ ନିର୍ବାଚନ ଥିଲା । ହେଲେ ପ୍ରଥମ ନିର୍ବାଚନରେ କ୍ଲବର ଏଭଳି ସଫଳତାକୁ ନେଇ ଅନ୍ୟ ରାଜନୈତିକ ଦଳର ନେତାମାନେ ଚିନ୍ତାରେ ପଡିଛନ୍ତି । କୁହାଯାଉଛି କି ଲୋକପ୍ରିୟତା ମାମଲାରେ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ବିଜୟଙ୍କର ନାମ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅଲ ଇଣ୍ଡିଆ ଥଲପତି ବିଜୟ ମୁକ୍କଲ ଇୟକମର ମହାସଚିବ ବସ୍ମୀ ଆନନ୍ଦ କହିଛନ୍ତି କି ୧୧୫ ଆସନ ମଧ୍ୟରୁ ୧୩ ଟି ଆସନରେ କ୍ଲବର ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି । ଏହାସହ ସେ କହିଛନ୍ତି କି ୧୧୫ ଜଣ ବିଜେତାଙ୍କ ମଧ୍ୟରେ ୪୫ ଜଣ ମହିଳା ଅଛନ୍ତି । ଅଭିନେତା ବିଜୟରଙ୍କ ବ୍ୟାନର ତଳେ ଲଢିଥିବା ସମସ୍ତ ପ୍ରାର୍ଥୀ ସମାଜର ଭିନ୍ନ ଭିନ୍ନ ବର୍ଗରୁ ଆସିଛନ୍ତି । କହିରଖୁ କି ବସ୍ମୀ ଆନନ୍ଦ ଏହାପୂର୍ବରୁ ପୁଡୁଚେରୀରେ କଂଗ୍ରେସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
କୁହାଯାଉଛି କି ପଞ୍ଚାୟତ ନିର୍ବାଚନରେ ଅଭିନେତା ବିଜୟଙ୍କ ପ୍ରାର୍ଥୀ ଜିତିବା ରାଜନୀତିରେ ଏକ ଛୋଟ କଥା ହୋଇପାରେ କିନ୍ତୁ ପ୍ରଥମଥର ନିର୍ବାଚନ ଲଢି ଏତେ ଆସନରେ ବିଜୟୀ ହେବା ଅନ୍ୟ ରାଜନୈତିକ ଦଳକୁ ଚିନ୍ତା କରିବାକୁ ବାଧ୍ୟ କରିଛି ।