ନୂଆଦିଲ୍ଲୀ: ପତି ପତ୍ନୀଙ୍କ ମାଲିକ ନୁହନ୍ତି ବୋଲି ବ୍ୟଭିଚାର ମାମଲା ଶୁଣାଣି ବେଳେ ଗୁରବାର ଦିନ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି। ଅସମାନତା ସମ୍ପର୍କରେ ଆଲୋଚନା କରି ସେ କହିଲେ ଯେ ମହିଳାଙ୍କ ପ୍ରତି ଅସମାନତା ଆଚରଣ କରାଉଥିବା ଯେ କୌଣସି ଆଇନ ବ୍ୟବସ୍ଥା ସାମ୍ବିଧାନିକ ନୁହେଁ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟଭିଚାର ଆଇନ୍କୁ ଚାଲେଞ୍ଜ୍ କରି ଆଗତ ଆବେଦନ ଉପରେ ନିଜର ରାୟ ପଢ଼ି ଶୁଣାଇବା ବେଳେ ସେ କହିଲେ: ଗଣତନ୍ତ୍ରର ଅତି ସୁନ୍ଦର କଥାଟି ହେଉଛି ମୁଁ, ତୁମେ ଓ ଆମ୍ଭେମାନେ।
୫ ଜଣିଆ ବିଚାରପତି ସମ୍ବଳିତ ଖଣ୍ଡପୀଠର ଏକ ଅଂଶ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଏ ଏମ୍ ଖାନ୍ଓ୍ଵିଲ୍କର୍ ବ୍ୟଭିଚାରକୁ ଅପରାଧ ବିବେଚନା କରୁଥିବା ଆଇପିସି ଧାରା ୪୯୭କୁ ଖାରଜ କରିଛନ୍ତି। ଏହି ଧାରା ଅନୁସାରେ ସହମତି ବିନା ପରସ୍ତ୍ରୀ ସହ ଦୈହିକ ସମ୍ପର୍କ ରଖିଥିବା ବିବାହିତ ପୁରୁଷ ପ୍ରତି ଦଣ୍ଡବିଧାନ କରିଥାଏ। ସେମାନେ କହିଛନ୍ତି ଯେ ସାଧାରଣ ବ୍ୟଭିଚାର ଗୋଟାଏ ଅପରାଧ ନୁହେଁ। ଯଦି ଏଥିଯୋଗୁଁ ଜୀବନସାଥିଙ୍କ ଭ୍ୟବିଚାର ସମ୍ପର୍କ ଯୋଗୁଁ ଯଦି ପତିପତ୍ନୀଙ୍କ ମଧ୍ୟରୁ କେହି ଆତ୍ମହତ୍ୟ କରନ୍ତି ଏବଂ ତାହା ପ୍ରମାଣିତ ହୋଇ ଯାଏ ତେବେ ଏହାକୁ ଆତ୍ମହତ୍ୟାର କାରଣ ବୋଲି ଧରାଯିବ।
ବ୍ୟଭିଚାର ଛାଡ଼ପତ୍ର ପାଇଁ ଗୋଟିଏ କାରଣ ହୋଇପାରେ, କିନ୍ତୁ ଅପରାଧ ନୁହେଁ।
ବିଚରପତି ଆର୍ ଏଫ୍ ନରିମ୍ୟାନ୍ ମଧ୍ୟ କହିଲେ କି ଧାରା ୪୯୭, ୧୫୮ ବର୍ଷର ପୁରାତନ ବ୍ୟବସ୍ଥା ହୋଇଥିବାରୁ ଅଣସାମ୍ବିଧାନିକ ତେଣୁ ଏହାକୁ ଉଠାଇ ଦେବା ଉଚିତ।
ବିଚାରପତି ଚନ୍ଦ୍ରଚୂଡ଼ ମଧ୍ୟ ବ୍ୟଭିଚାର ଅପରାଧ ଧାରାକୁ ମହିଳାଙ୍କ ଗରିମା ଏବଂ ଆତ୍ମସମ୍ମାନ ଧ୍ୱଂସକାରୀ ବୋଲି କହିଛନ୍ତି। ‘ସତୀ ସ୍ତ୍ରୀ’ ଶୀର୍ଷକ ଏକ ରାୟରେ ସେ କହିଛନ୍ତି ସବୁଠୁ ବ୍ୟକ୍ତିଗତ ଅଞ୍ଚଳରେ ପସନ୍ଦ ହେଉଛି ଗୁରୁତ୍ୱପୂର୍ଣ୍ଣ ଏବଂ ବାସନାକୁ କାମନା ଠାରୁ ଅଲଗା କରି ହେବ ନାହିଁ।
ସାମ୍ବିଧାନିକ ଖଣ୍ଡପୀଠର ଏକମାତ୍ର ମହିଳା ବିଚାରପତି ଧରା ୪୯୭କୁ ଅଣସାମ୍ବିଧାନିକ ବୋଲି ବ୍ୟାଖ୍ୟା କରିଛନ୍ତି। ତାଙ୍କ ମତରେ ବ୍ୟଭିଚାର ଏକ ନୈତିକ ଭୁଲ୍।