ମିଳିଲା ପରିଚୟ: କାବୁଲରୁ ଉଡ଼ାଣ କରିଥିବା ବିମାନ ଚକାରୁ ଖସି ପ୍ରାଣ ହରାଇଥିଲେ ଆଫଗାନ ଫୁଟବଲର

କାବୁଲ: ତାଲିବାନୀମାନେ ଅଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ଜୀବନ ବଞ୍ଚାଇବାକୁ ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଲୋକେ, ଯାହାର ଅନେକ ଦୃଶ୍ୟ ସାମ୍ନାକୁ ଆସିସାରିଛି। ଗତ ୧୬ ତାରିଖରେ କାବୁଲ ବିମାନବନ୍ଦରରେ ଏଭଳି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ସାରା ବିଶ୍ବକୁ ଦୋହଲାଇଦେଇଥିଲା। ତାଲିବାନ ଭୟରେ ଦେଶଛାଡ଼ିବାକୁ ବିମାନବନ୍ଦରରେ ଲୋକେ ଭିଡ଼ ଜମାଇଥିଲେ । ଏହାରି ଭିତରେ ବିମାନ ଚକାରେ ଓହଳି ଅନ୍ୟ ଦେଶକୁ ଯିବାକୁ ଚେଷ୍ଟା କରୁଥିବା ଦୁଇଜଣ ଆଫଗାନବାସୀ ତଳକୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ।

ମୃତ୍ୟୁବରଣ କରିଥିବା ଦୁଇଜଣଙ୍କ ମଧ୍ୟରେ ଆଫଗାନର ଜାତୀୟ ଫୁଟବଲ ଦଳର ଖେଳାଳି ଜାକି ଅନୱାରୀ ମଧ୍ୟ ସାମିଲ ଥିଲେ ବୋଲି ଜଣାପଡ଼ିଛି । ବିମାନ ଭିତରେ ବସିବାକୁ ଜାଗା ନଥିବାରୁ ଜାକି ବିମାନର ଚକାକୁ ଭରଷା କରି ରହିଯାଇଥିଲେ। ହେଲେ ବିମାନଟି ଉପରକୁ ଉଡ଼ାଣ କରିବା ପରେ ସେ ତଳକୁ ଖସି ପଡ଼ିଥିଲେ।  ଜାକିଙ୍କ ମୃତ୍ୟୁ ଖବର ପ୍ରଥମେ ଆଫଗାନିସ୍ଥାନ ପୁଟବଲ ଟିମ୍ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲା । ଜାକିଙ୍କ ସହ ଆଉ ଜଣେ ଯାତ୍ରୀ ମଧ୍ୟ ତଳକୁ ଖସି ମୃତ୍ୟୁବରଣ କରିଥିଲେ।

ସମ୍ବନ୍ଧିତ ଖବର