ଆମେରିକୀୟ ସେନାକୁ ସାହାଯ୍ୟ କରିଆସୁଥିବା ଲୋକଙ୍କୁ ଖୋଜିଖୋଜି ହତ୍ୟା କରୁଛି ତାଲିବାନ

କାବୁଲ: ତାଲିବାନ କ୍ଷମତାକୁ ଆସିବା ପରେ ଆମେରିକୀୟ ସୈନ୍ୟ ଏବଂ ବୈଦେଶିକ ବିଭାଗ କାବୁଲର ବିମାନବନ୍ଦରରୁ ଆମେରିକୀୟ ନାଗରିକ ତଥା ଆଫଗାନବାସୀଙ୍କୁ ସ୍ତାନାନ୍ତର କରୁଛନ୍ତି। ହେଲେ ଏ ମଧ୍ୟରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। ତାଲିବାନ କ୍ଷମତାକୁ ଆସିବା ପରେ ଦେଶରେ ଶାନ୍ତି ବଜାୟ ରହିବ ବୋଲି ଦାବି କରିଥିଲେ ମଧ୍ୟ ଏବେ ସେ ଲୋକଙ୍କୁ ଖୋଜିଖୋଜି ହତ୍ୟା କରୁଥିବା ଜଣାପଡ଼ିଛି। ବର୍ଷ ବର୍ଷ ଧରି ଆମେରିକୀୟ ସେନାକୁ ସାହାଯ୍ୟ କରିଆସୁଥିବା କମାଣ୍ଡରମାନଙ୍କୁ ତାଲିବାନମାନେ ଖୋଜିଖୋଜି ହତ୍ୟା କରୁଥିବା ସାମ୍ନାକୁ ଆସିଛି।

ଜଣେ ଅବସରପ୍ରାପ୍ତ ନୌସେନ‌ା ସର୍ଜେଣ୍ଟ ରୟାନ୍ ରୋଜର୍ସ କହିଛନ୍ତି ଯେ, ତାଲିବାନମାନେ ଆମେରିକୀୟ ସେନାକୁ ସାହାଯ୍ୟ କରିଥିବା ୩ଜଣ କମାଣ୍ଡରଙ୍କୁ ଖୋଜି ସେମାନଙ୍କୁ ଫାଶିରେ ଝୁଲାଇ ଦେଇଛନ୍ତି। ତାଲିବାନମାନେ ଘରକୁ ଘରକୁ ବୁଲି ଆମେରିକା ସହିତ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସେମାନଙ୍କର କିଛି ଯୋଜନା ରହିଛି ବୋଲି କହି ସେମାନଙ୍କୁ ଘରୁ ଉଠାଇ ଆଣୁଛନ୍ତି। ଏହା ପରେ ସେମାନଙ୍କୁ ହତ୍ୟା କରୁଥିବା କହିଛନ୍ତି ନୌସେନ‌ା ସର୍ଜେଣ୍ଟ ରୟାନ୍ ରୋଜର୍ସ।

Afghans take selfie wit Taliban fighters during patrol in the city of Kabul, Afghanistan, Thursday, Aug. 19, 2021. The Taliban celebrated Afghanistan's Independence Day on Thursday by declaring they beat the United States, but challenges to their rule ranging from running a country severely short on cash and bureaucrats to potentially facing an armed opposition began to emerge. (AP Photo/Rahmat Gul)
foxnews.com

ତାଲିବାନ ଏବେ ଆମେରିକାକୁ ସାହାଯ୍ୟ କରିଥିବା ଆଫଗାନିସ୍ତାନ ନ୍ୟାସନାଲ ଆର୍ମି ସ୍ପେଶାଲ ଫୋର୍ସ ଓ ପୁଲିସର ସ୍ୱତନ୍ତ୍ର ଫୋର୍ସ, ଭାଷାବିଶାରଦଙ୍କୁ ଟାର୍ଗେଟ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର