୩୮ ବର୍ଷ ପରେ ସହିଦ ଚନ୍ଦ୍ରଶେଖରଙ୍କ ପାର୍ଥିବ ଶରୀର ଘରେ ପହଞ୍ଚିଲା

ନୂଆଦିଲ୍ଲୀ: ୩୮ ବର୍ଷ ତଳେ ସିଆଚୀନ୍‌ରେ ସହିଦ ହୋଇଥିବା ଯବାନ ଚନ୍ଦ୍ରଶେଖର ହରବୋଲ୍‌ଙ୍କ ଦେହାବଶେଷ ଆଜି ଉତ୍ତରାଖଣ୍ଡର ହଲ୍‌ଦୱାନୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି। ଦୁଇ ଦିନ ତଳେ ସିଆଚୀନର ଏକ ପୁରୁଣା ବଙ୍କର୍‌ରୁ ନିଖୋଜ ଯବାନଙ୍କ ମୃତଦେହ ଠାବ ହୋଇଥିଲା। ଲାନ୍ସ ନାଏକ ଚନ୍ଦ୍ରଶେଖର ୧୯୮୪, ମେ’ ୨୯ରେ ଅପରେସନ ମେଘଦୂତ ସମୟରେ ସିଆଚୀନ ଗ୍ଲାସିୟରରେ ନିଖୋଜ ହୋଇ ଯାଇଥିଲେ। ଦୀର୍ଘ ୩୮ ବର୍ଷ ବିତି ଯାଇଥିଲେ ବି ତାଙ୍କ ଦେହାବଶେଷ ମିଳିନଥିଲା। ୩୮ ବର୍ଷ ପରେ ଯବାନ ଚନ୍ଦ୍ରଶେଖରଙ୍କ ପାର୍ଥିବ ଶରୀର ଠାବ ହୋଇଥିଲା। ଜାତୀୟ ପତାକାରେ ସିଆଚୀନ ଯବାନଙ୍କ ଦେହାବଶେଷ ଗୁଡ଼ାଯାଇ ଏକ କଫିନରେ ତାଙ୍କ ଜନ୍ମ ମାଟିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଚନ୍ଦ୍ରଶେଖରଙ୍କ ୬୩ ବର୍ଷୀୟା ପତ୍ନୀ ଏବଂ ତାଙ୍କ ଗ୍ରାମବା‌ସୀମାନେ ହଲଦୱାନୀରୁ ତାଙ୍କ ଦେହାବଶେଷ ଗ୍ରହଣ କରିଥିଲେ। ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର