୫ ବର୍ଷ ପରେ ପାକିସ୍ତାନ ଫେରିଲେ ମଲାଲା

ନୂଆଦିଲ୍ଲୀ: ତାଲିବାନ୍‌ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ୟୁସୁଫ ମଲାଲା ଆଜି ଦୀର୍ଘ ୫ ବର୍ଷ ପରେ ପାକିସ୍ତାନ ଫେରିଛନ୍ତି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ମଲାଲା ଗତ ରାତିରେ ତାଙ୍କ ବାପା ଏବଂ ସାନ ଭାଇଙ୍କ ସହ ଇସଲାମାବାଦ୍‌ ବିମାନବନ୍ଦରରେ ପହଞ୍ଚିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକାନ ଅବ୍ଦାସି ମଲାଲାଙ୍କ ପ୍ରତ୍ୟାବର୍ତ୍ତନରେ ଖୁସିବ୍ୟକ୍ତ କରି କହିଛନ୍ତି ଯେ ମଲାଲାଙ୍କ ପ୍ରତ୍ୟାବର୍ତ୍ତନ ଆମ ପାଇଁ ବଡ଼ ସମ୍ମାନ ଏବଂ ମଲାଲାଙ୍କୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ । ୨୦ ବର୍ଷୀୟା ମଲାଲା ଜଣେ ମାନବାଧିକାର କର୍ମୀ ଏବଂ ନାରୀ ଶିକ୍ଷାପାଇଁ ପ୍ରଚାର କରିବା ସମୟରେ ୨୦୧୨ ମସିହାରେ ସେ ଗୁଳିମାଡ଼ର ଶିକାର ହୋଇଥିଲେ। ତେବେ ସ୍ୱଦେଶକୁ ଫେରିବାପରେ ମଲାଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଉଦ୍‌୍‌ବୋଧନ ଦେଇ କହିଛନ୍ତି ଯେ ବିନା ଭୟରେ ନିଜ ଦେଶକୁ ଫେରିବା ତାଙ୍କ ପାଇଁ ସ୍ୱପ୍ନ ଥିଲା। ରାସ୍ତାରେ ବିନା ଭୟରେ ବୁଲିବା, ଲୋକମାନଙ୍କ ସହ କଥା ହେବା ଏସବୁ ମୋର ସ୍ୱପ୍ନ ଏବଂ ତାହା ପୂରଣ ହେବାକୁ ଯାଉଛି । ମଲାଲା ୪ ଦିନ ପାଇଁ ପାକିସ୍ତାନ ଆସିଥିବା ଜଣାପଡ଼ିଛି। ତେବେ ସେ ସ୍ୱାଟ୍‌ ସ୍ଥିତ ତାଙ୍କ ବାସଭବନକୁ ଯିବେ କି ନାହି ତାହା ଜଣାପଡ଼ିନି। ମଲାଲା ଏବେ ପାକିସ୍ତାନରେ ବାଳିକାଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି।

ସମ୍ବନ୍ଧିତ ଖବର