ବସନ୍ତରାଓ ନାଏକଙ୍କ ପ‌ରେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେ‌ଷ କଲେ ଫଡନାବିସ୍

ମୁମ୍ବାଇ: ବିଜେପିର ‌ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ର ରାଜନୀତିରେ ଆଦୌ ନୂଆ ନଥିଲେ। କିନ୍ତୁ ୨୦୧୪ ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ହେବା ଉଭୟ ରାଜ୍ୟ ଏବଂ ଜାତୀୟସ୍ତରରେ ସମସ୍ତଙ୍କୁ ଚକିତ କରିଥିଲା। ୨୦୧୪ରେ ୪୯ ବର୍ଷୀୟ ଫଡ଼ନାବିସଙ୍କୁ ନୀତିନ ଗଡ଼କରୀ ଏବଂ ପୂର୍ବତନ ମନ୍ତ୍ରୀ ଏକନାଥ ଖଡ଼ସେଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ପାଇଁ ଚୟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପସନ୍ଦରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥିଯୋଗୁଁ ଫଡ଼ନାବିସଙ୍କୁ ଅନେକ ନେତା ପ୍ରଥମେ ବିରୋଧ କରିଥିଲେ ମଧ୍ୟ ପରେ ସେମାନେ ସମର୍ଥନ କରିଥିଲେ। ନାଗପୁରର ଫଡ଼ନାବିସଙ୍କ ପ୍ରତି ଆରଏସଏସ୍‌ (ରାଷ୍ଟ୍ରୀୟ ସ୍ବୟମସେବକ ସଂଘ)ର ପୂର୍ଣ୍ଣ ସମର୍ଥନ ରହିଥିଲା। ‌ତେବେ ବସନ୍ତରାଓ ନାଏକଙ୍କ ପରେ ଫଡନାବିସ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେଷ କରିଛନ୍ତି। ଦ୍ବିତୀୟ ଥର ପାଇଁ ଫଡ଼ନାବିସ ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର