ଏନ୍‌କାଉଣ୍ଟର କରିବାକୁ ଯାଇଥିବା ବେଳେ ବନ୍ଧୁକରୁ ବାହାରିଲାନି ଗୁଳି, ଭିଡ଼ିଓରେ ଦେଖନ୍ତୁ କିଭଳି ଭାବରେ ବୁଦ୍ଧି ଖଟାଇ ଅଭିଯୁକ୍ତକୁ କାବୁ କଲା ପୁଲିସ…

ସମ୍ଭଲ(ଉତ୍ତରପ୍ରଦେଶ) : ପୂର୍ବରୁ ଚୋର ବା ଅନ୍ୟ କୌଣସି ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଆପଣାଇଥିବା ପନ୍ଥା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଉତ୍ତରପ୍ରଦେଶରେ ଥିବା ସମ୍ଭଲ ଜିଲ୍ଲାରେ କିଛି ସେଭଳି ଘଟଣା ଦେଖିବାକୁ ମିଳିଛି । ଏକ୍‌କାଉଣ୍ଟର କରିବାକୁ ଯାଇଥିବା ପୁଲିସକର୍ମୀଙ୍କ ପିସ୍ତଲରୁ ଗୁଳି ନ ବାହାରିବାରୁ ଚୋରକୁ ଧରିବା ପାଇଁ ସେ ଯେଉଁ ବାଟ ଆପଣାଇଥିଲେ ତାହା ନିହାତି ଭାବରେ ପ୍ରଶଂସନୀୟ ।

ସୂଚନା ମୁତାବକ, ଅକ୍ଟୋବର ୧୨ରେ ଏକ ଏନ୍‌କାଉଣ୍ଟର ଚାଲୁଥିବା ସମୟରେ ଅଭିଯୁକ୍ତମାନେ ପୁଲିସ ହାତରୁ ଖସି ପଳାଇବାକୁ ବସିଥିଲେ । ଏହି ସମୟରେ ସେମାନଙ୍କୁ ଡ଼ରାଇବା ପାଇଁ ଜଣେ ପୁଲିସକର୍ମୀ ନିଜ ପିସ୍ତଲ ବାହାର କରିବା ପରେ ସେଥିରୁ ଗୁଳି ବାହାରି ନଥିଲା । କିଛି ସମୟ ଚେଷ୍ଟା କରିବା ପରେ ସେଥିରୁ ଗୁଳି ନ ବାହାରିବାରୁ ସାଥୀରେ ଥିବା ଆଉ ଜଣେ ପୁଲିସକର୍ମୀ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଗୁଳି ଫୁଟିବା ପରେ ଯେଉଁ ଭଳି ଶବ୍ଦ ହୁଏ । ସେଭଳି ଶବ୍ଦ ବାହାର କରିବାକୁ ଲାଗିଥିଲେ ।

ଭାଗୋ ଭାଗୋ କହିବା ସହ ଗୁଳିର ବାହାରିବା ଭଳି ଶବ୍ଦ ଠାଏ ଠାଏ ମଧ୍ୟ କହୁଥିବାର ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖାଯାଇଛି । ଏହି ଭିଡ଼ିଓଟି Uttar Pradesh. Org newsର ଟ୍ଵିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟି ଭାଇରାଲ ହେବା ପରେ ପୁଲିସକର୍ମୀଙ୍କ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର