ବାବ୍ରି ମସଜିଦ ସ୍ଥାନାନ୍ତରଣର ପ୍ରଶ୍ନ ଉଠନାହିଁ : ମୁସଲିମ ପର୍ସନାଲ ଲ’ ବୋର୍ଡ
ନଦଭୀ ବୋର୍ଡରୁ ବହିଷ୍କାର
ନୂଆଦିଲ୍ଲୀ: ବାବ୍ରି ମସଜିଦକୁ ବିବାଦୀୟ ସ୍ଥାନରୁ ଆଉ ଏକ ସ୍ଥାନକୁ ହଟାଇନେବାକୁ ପ୍ରସ୍ତାବ ଦେଇଥିବା ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡର କାର୍ଯ୍ୟନିର୍ବାହୀ ସଦସ୍ୟ ସଲମାନ ନଦଭୀଙ୍କୁ ବୋର୍ଡରୁ ବହିଷ୍କାର କରାଯାଇଛି । ବାବ୍ରି ମସଜିଦ୍ ପ୍ରସଙ୍ଗରେ ବୋର୍ଡର ସର୍ବସମ୍ମତ ମତ ବିରୋଧରେ ଯାଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିବା ଜଣାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଉକ୍ତ ବିବାଦୀୟ ସ୍ଥାନରେ ଏକ ମସଜିଦ ବନାଇବାକୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ନିଜ ସର୍ବସମ୍ମତ ମତରେ କାଏମ ରହିଛି । ଉକ୍ତ ସ୍ଥାନରୁ ମସଜିଦ ଅନ୍ୟସ୍ଥାନକୁ ହଟାଯାଇପାରିବ ନାହିଁ, ଜମି ବିକ୍ରି କରାଯାଇପାରିବ ନାହିଁ ବା ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ବୋର୍ଡ କହିଛି । କିନ୍ତୁ ଏକ ବିକଳ୍ପ ସ୍ଥାନରେ ମସଜିଦ ନିର୍ମାଣ କରାଯାଇପାରିବ ବୋଲି ନଦଭୀ ମତ ଦେଇ ବୋର୍ଡ ବିରୋଧରେ ଯାଇଛନ୍ତି ।
ଗତ କାଲି ହାଇଦ୍ରାବାଦଠାରେ ଅନୁଷ୍ଠିତ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡର ସମ୍ମିଳନୀରେ ନଦଭୀ ବିବାଦୀୟ ସ୍ଥାନ ବଦଳରେ ଆଉ ଏକ ସ୍ଥାନରେ ମସଜିଦ ନିର୍ମାଣ ଓ ଏକ ଇସ୍ଲାମିକ୍ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ । ଅଯୋଧ୍ୟା ପରେ ଆଉ କୌଣସ ସ୍ଥାନରେ ଥିବା ମସଜିଦ ଭାଙ୍ଗିବାକୁ ହିନ୍ଦୁମାନେ ଦାବି କରିବେ ନାହିଁ ବୋଲି ସେ ପ୍ରସ୍ତାବ ଦେଇଥିଲେ । ଆହୁରି ମଧ୍ୟ ହିନ୍ଦୁ ଓ ମୁସଲିମ ନେତାମାନେ ଏକାଠି ହୋଇ ଏହି ବିବାଦର ଏକ କୋର୍ଟ ବାହାର ସମାଧାନ କରିବାକୁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ ।