ଜୈଶ୍‌ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଆଶଙ୍କାରେ ଉତ୍ତର ଭାରତ ବାୟୁସେନା ଘାଟିରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ବାୟୁସେନା ଘାଟି ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିବା ପରେ ଜମ୍ମୁ ଓ କଶ୍ମୀର ଏବଂ ପଞ୍ଜାବର ସମସ୍ତ ପ୍ରମୁଖ ବାୟୁସେନା ଘାଟିରେ ହାଇ ଆଲର୍ଟ ଜାରି କରାଯାଇଛି।

୧୦ ଜଣିଆ ସନ୍ତ୍ରାସବାଦୀଙ୍କୁ ନେଇ ଗଠିତ ଜୈଶ୍‌ ସଙ୍ଗଠନ ଏହି ଆତ୍ମଘାତୀ ଆକ୍ରମଣ କରିବାର ସମ୍ଭାବନା ରହିଛି।

Image Source: Zee News

ଭାରତୀୟ ବାୟୁସେନା ତା’ର ଶ୍ରୀନଗର, ଅବନ୍ତୀପୁର, ଜମ୍ମୁ, ପଠାନକୋଟ ଏବଂ ଉତ୍ତର ପ୍ରଦେଶ ଅନ୍ତର୍ଗତ ଗାଜିଆବାଦ ଅଞ୍ଚଳର ହିନ୍ଦାନ ବାୟୁସେନା ଘାଟିଗୁଡ଼ିକରେ ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିଛି। ‘ଅରେଞ୍ଜ୍‌ ଆଲର୍ଟ’ ଜାରି କରି ବାୟୁସେନା ବରିଷ୍ଠ ଅଧିକାରୀଙ୍କୁ କହିଛି କି, ସେମାନେ ସେମାନଙ୍କ ଅଞ୍ଚଳରେ ନିରପତ୍ତା ବନ୍ଦୋବସ୍ତର ସମୀକ୍ଷା କରନ୍ତୁ।

ପଞ୍ଜାବ ସୀମାନ୍ତ ବାଟେ ଡ୍ରୋନ୍‌ ଯୋଗେ ଜମ୍ମୁ ଓ କଶ୍ମୀରକୁ ପାକିସ୍ତାନ ସେପ୍ଟେମ୍ବର୬, ୭, ୯, ୧୦ ଏବଂ ୧୫ ତାରିଖ ଦିନ ଅସ୍ତ୍ରଶସ୍ତ୍ର ଚାଲାଣ କରିଥିବା କଥା ଜଣାପଡ଼ିବା ପରେ ଏ ଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର