ଏଣିକି ଏୟାର ଇଣ୍ଡିଆ ଏହି ସରକାରୀ ସଂସ୍ଥାଙ୍କୁ ବାକିରେ ଟିକେଟ ଦେବ ନାହିଁ ; ତାଲିକାରେ ସିବିଆଇ, ଆଇବି, ଇଡି ଓ ବିଏସ୍‌ଏଫ୍‌

ବକେୟା ରହିଛି ୨୬୮କୋଟି ଟଙ୍କା

ନୂଆଦିଲ୍ଲୀ: ସରକାରୀଗସ୍ତ ପାଇଁ ଏୟାର ଇଣ୍ଡିଆ ସରକାରୀ କର୍ମଚାରୀଙ୍କ ପ୍ରଥମ ପସନ୍ଦ ହୋଇଥାଏ। ଏପରି କ୍ଷେତ୍ରରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଏୟାର ଇଣ୍ଡିଆ ପ୍ରଥମ ଥର ପାଇଁ କେତେଟି ସରକାରୀ ଏଜେନ୍ସିଙ୍କୁ ଟିକେଟ ଦେବାକୁ ମନା କରି ଦେଇଛି। ଏହି ସରକାରୀ ଏଜେନ୍ସିଙ୍କ ଉପରେ ୧୦ଲକ୍ଷ ଟଙ୍କାରୁ ଅଧିକ ରାଶି ବକେୟା ରହିଥିବାରୁ ଏପରି ନିଷ୍ପତ୍ତି ନେଇଛି କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ । ଦେଶର ଏକମାତ୍ର ସରକାରୀ ଏୟାର ଲାଇନର ଟିକଟ ବକେୟା ବାବଦକୁ ସରକାରୀ ଏଜେନ୍ସିଙ୍କଠାରୁ  ପାଖାପାଖି ୨୬୮କୋଟି ଟଙ୍କା ସଂଗ୍ରହ କରିବାର ଅଛି।

Hindi News

ଏୟାର ଲାଇନ୍ସର ଜଣେ ଅଧିକାରୀଙ୍କ କହିବାନୁସାରେ, କମ୍ପାନି ପୂରା ଦେଶର ବକେୟା ରଖିଥିବା ସରକାରୀ ଏଜେନ୍ସିଙ୍କ ଏକ ତାଲିକା ଜାରି କରିଛି। ଏହି ତାଲିକାରେ ଉଲ୍ଲେଖ ରହିଛି କି, କେଉଁ ଏଜେନ୍ସି ଉପରେ କେତେ ଅର୍ଥ  ବକେୟା ରହିଛି। ଏହି ତାଲିକାଭୁକ୍ତ ସଂସ୍ଥାମାନେ କେବଳ ନଗଦ ଟଙ୍କା ପୈଠ କଲେ ଯାଇ ହିଁ ଟିକେଟ ମିଳି ପାରିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, କମ୍ପାନି ଜାରି କରିଥିବା ତାଲିକାରେ ସିବିଆଇ, ଆଇବି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସୀମା ଶୁଳ୍କ ଆୟୁକ୍ତ, କେନ୍ଦ୍ରୀୟ ଶ୍ରମ ସଂସ୍ଥା, ଇଣ୍ଡିଆନ୍‌ ଅଡିଟ ବୋର୍ଡ, ପ୍ରତିରକ୍ଷା ଲେଖା ନିୟନ୍ତ୍ରକ (କଣ୍ଟ୍ରୋଲର ଅଫ ଡିଫେନ୍ସ ଆକାଉଣ୍ଟ) ଓ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ସାମିଲ ରହିଛି।

ଏୟାର ଇଣ୍ଡିଆ ମୁଖପାତ୍ରଙ୍କ କହିବାନୁସାରେ, କମ୍ପାନି ବକେୟା ଥିବା ପାଖାପାଖି ୫୦କୋଟି ଟଙ୍କା ଆଦାୟ କରିପାରିଥିବା ବେଳେ ଆହୁରି ୨୬୮କୋଟି ଟଙ୍କା ପାଇବାକୁ ଅଛି। ସରକାରୀ ଏଜେନ୍ସିଙ୍କ ଠାରୁ ଟଙ୍କା ଆଦାୟ କରିବା ସହଜ କଥା ହୋଇ ନ ଥାଏ। କାରଣ ସେମାନଙ୍କୁ କୌଣସି ପ୍ରକାର ଭୟଭୀତ କରି କିମ୍ବା ଧମକ ଦେଇ ବକେୟା ଟଙ୍କା ହାସଲ କରାଯାଇ ପାରି ନଥାଏ।

ସମ୍ବନ୍ଧିତ ଖବର