ନୂଆ କୋଭିଡ୍‌ ଲହର ସଂକ୍ରାନ୍ତରେ ‘ହୁ’ର ସତର୍କ ସୂଚନା; ୫୩ ୟୁରୋପୀୟ ଓ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ର ପ୍ରତି ବିପଦ

ନୂଆଦିଲ୍ଲୀ: କରୋନାଭାଇରସ୍‌ର ‘ଡେଲ୍‌ଟା ଭେରିଆଣ୍ଟ୍‌’ ସଂକ୍ରମଣ ହଠାତ୍‌ ବୃଦ୍ଧି ପାଉଥିବାରୁ ପ୍ରାୟ ୫୩ଟି ୟୁରୋପୀୟ ଏବଂ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ର ବିପଦର ସମ୍ମୁଖୀନ ହେବେ ବୋଲି ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ କହିଛି।

ଡେନ୍‌ମାର୍କର କୋପେନ୍‌ହେଗେନ୍‌ଠାରେ ଥିବା ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ୟୁରୋପ ମୁଖ୍ୟାଳୟର ମୁଖ୍ୟ ହାନ୍‌ସ୍‌ କ୍ଲଗ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ପୁଣି ମହାମାରୀ ହଠାତ୍‌ ବୃଦ୍ଧି ପାଉଥିବା ଭଳି ଆଉ ଗୋଟାଏ ଜଟିଳ ସଙ୍କଟରେ ଆମେ ପଡ଼ିଛନ୍ତି। ୟୁରୋପ ପୁଣି ମହାମାରୀର କେନ୍ଦ୍ରସ୍ଥଳ ହେବାକୁ ଯାଉଛି।

କ୍ଲଗ୍‌ କହିଛନ୍ତି, ପୁନଶ୍ଚ ସଂକ୍ରମଣ ମାମଲା ରେକର୍ଡସ୍ତରର ନିକଟବର୍ତ୍ତୀ ହେଉଛି। କେନ୍ଦ୍ରୀୟ ଏସିଆର ସୁଦୂର ପୂର୍ବ ପର୍ଯ୍ୟନ୍ତ ବ୍ୟାପୀଥିବା ପୂର୍ବତନ ସୋଭିଏତ୍‌ ସାଧାରଣତନ୍ତ୍ର ଅଞ୍ଚଳରେ ସଂକ୍ରମଣର ବେଗ ବାସ୍ତବିକ ଚିନ୍ତା ଉଦ୍ରେକକାରୀ।

ମୃତ୍ୟୁସଂଖ୍ୟା ଏବଂ ନୂତନ ସଂକ୍ରମଣ ହଠାତ୍‌ ବୃଦ୍ଧି ପାଉଥିବାରୁ କରୋନାଭାଇରସ୍‌ ସଂକ୍ରମଣ ରୋକିବାକକୁ ୟୁରୋପୀୟ ଦେଶମାନେ କଠୋର ଶ୍ରମ କରିବା ଆବଶ୍ୟକ। ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନେ ଏହି ଭୂତାଣୁ ବିଷୟରେ ଅଧିକ ଜାଣନ୍ତି ଏବଂ ତାହାର ମୁକାବିଲା ପାଇଁ ସେମାନଙ୍କ ପାଖରେ ଉତ୍ତମ ଉପକରଣ ରହିଛି। କଟକଣା କୋହଳ ଏବଂ ସ୍ୱଳ୍ପ ଟିକାକରଣ ଯୋଗୁଁ କେତେକ ଅଞ୍ଚଳରେ ସଦ୍ୟତମ ସଂକ୍ରମଣ ବୃଦ୍ଧି ରିପୋର୍ଟ ଆସୁଛି।

Image Courtesy of WION

‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ୟୁରୋପ ଶାଖା କହିଛି ଯେ, ସେ ସବୁ ଅଞ୍ଚଳରେ ଚଳିତ ସପ୍ତାହରେ୧.୮ ନିୟୁତ ନୂତନ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି, ଯାହା ଗତ ସପ୍ତାହ ଠାରୁ ୬% ଅଧିକ। ସେହିଭଳି ଉପରୋକ୍ତ ସମୟ ସୀମା ମଧ୍ୟରେ ମୃତ୍ୟୁସଂଖ୍ୟା ୧୨% ବୃଦ୍ଧି ପାଇ ୨୪,୦୦୦ରେ ପହଞ୍ଚିଛି।

ଉପରୋକ୍ତ ୫୩ଟି ଦେଶରେ ଗତ ସପ୍ତାହରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ହେତୁ ଡାକ୍ତରଖାନାରେ ଭର୍ତ୍ତି ମାମଲା ମଧ୍ୟ ଦୁଇଗୁଣ ହୋଇଯାଇଛି। ଯଦି ଏହି ହାରରେ ସଂକ୍ରମଣ ଓ ମୃତ୍ୟୁ ଲାଗିରହେ ତେବେ ଆଗାମୀ ଫେବ୍ରୁଆରି ବେଳକୁ ଆଉ ୫ ଲକ୍ଷ କୋଭିଡ୍‌ଜନିତ ମୃତ୍ୟୁ ରେକର୍ଡ କରାଯିବ।

ସମ୍ବନ୍ଧିତ ଖବର