ହାତୀ କ୍ଷୀରରେ ଥାଏ ୬୦ ପ୍ରତିଶତ ଆଲକୋହଲ

ନୂଆଦିଲ୍ଲୀ: ପ୍ରୋଟିନ ପାଇଁ ଆମେମାନେ ମୁଖ୍ୟତଃ କ୍ଷୀର ପିଇଥାଉ | ବିଶେଷ କରି ଛୋଟ ପିଲାମାନଙ୍କୁ ପିଇବାକୁ କ୍ଷୀର ଦିଆଯାଇଥାଏ | ଏହା ବ୍ୟତୀତ କ୍ଷୀରରୁ ତିଆରି ସାମଗ୍ରୀ ଦହି, ଛେନା, ଲହୁଣୀ ଆମର ଦୈନନ୍ଦିନ ଖାଦ୍ୟପଦାର୍ଥରେ ସାମିଲ ହୋଇଥାଏ | ତେବେ ସାଧାରଣତଃ ଆମମାନଙ୍କ ଘରକୁ ଗାଈ, ମଇଁଷିଙ୍କ କ୍ଷୀର ଆସିଥାଏ | କିଛି ଲୋକ ଛେଳି କ୍ଷୀର ମଧ୍ୟ ପିଇଥାନ୍ତି | କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏମିତି ଏକ ପଶୁ ଅଛି ଯାହାର କ୍ଷୀରରେ ଆଲକୋହଲ ଥାଏ | ବାସ୍ତବରେ ହାତୀ କ୍ଷୀରରେ ୬୦% ପର୍ଯ୍ୟନ୍ତ ଆଲକୋହଲ ଥାଏ |

ତଥ୍ୟ ଅନୁଯାୟୀ, ମାଈ ହାତୀର କ୍ଷୀରରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଆଲକୋହଲ ଥାଏ | ହାତୀର କ୍ଷୀରରେ ଥିବା ରାସାୟନିକ ପଦାର୍ଥ କିନ୍ତୁ ମଣିଷ ସେବନ କରିବା ବିପଦଜ୍ଜନକ ହୋଇପାରେ। ବାସ୍ତବରେ ହାତୀ ଆଖୁ ଖାଇବାକୁ ବହୁତ ଭଲ ପାଏ | ଆଉ ଆଖୁରେ ବହୁମାତ୍ରାରେ ଆଲକୋହଲ ପ୍ରସ୍ତୁତ ପାଇଁ ପୋଷାକ ତତ୍ତ୍ୱ ଥିବାରୁ ହାତୀର କ୍ଷୀରରେ ଆଲକୋହଲ ମିଳିଥାଏ | ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପ୍ରାୟ ପାଞ୍ଚ କୋଟି ବର୍ଷ ପୂର୍ବେ ପୃଥିବୀରେ ୧୭୦ ପ୍ରଜାତିର ହାତୀ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ୩ ପ୍ରଜାତିର ହାତୀ ଦେଖିବାକୁ ମିଳୁଛି | ସାଧାରଣ ହାତୀଟିଏ ପ୍ରତିଦିନ ପ୍ରାୟ ୧୫୦ କିଲୋଗ୍ରାମ ଖାଦ୍ୟ ଆବଶ୍ୟକ କରେ | ସେଥିପାଇଁ ହାତୀମାନେ ପ୍ରତିଦିନ ଘାସ, ପତ୍ର ଏବଂ ଫଳ ଖାଇବାରେ ୧୨ ରୁ ୧୮ ଘଣ୍ଟା ବିତାଇଥାନ୍ତି |

ସମ୍ବନ୍ଧିତ ଖବର