ମଙ୍ଗଳକୁ ମିଳିଗଲା କି ରାସ୍ତା? ଟ୍ବିଟ୍‌ କରି ଫଟୋ ପୋଷ୍ଟ୍‌ କଲା ନାସା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ବେଳେ ବେଳେ ଅଜବ ଜିନିଷ ସବୁ ଦେଖିବାକୁ ମିଳିଥାଏ। ମଙ୍ଗଳଗ୍ରହରୁ ମିଳୁଥିବା ଫଟୋରୁ ଅଧିକାଂଶ ସମୟ ଜୀବଯନ୍ତୁଙ୍କ ଅବସ୍ଥିତିକୁ ନେଇ ଅନୁମାନ ଲଗାଯାଏ। ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର କ୍ୟୁରୋସିଟି ‌ରୋବର୍‌ ମଙ୍ଗଳ ଗ୍ରହରୁ ସଂଗ୍ରହ କରିଥିବା ଏକ ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଫଟୋରେ ଦେଖିବାକୁ ମିଳିଛି ‌ପଥରରେ କାଟି କରି ଯେପରି ଏକ ଦୁଆର ତିଆରି ହୋଇଛି। ସେହି ଦୁଆର ପାର ହୋଇ ଉକ୍ତ ପଥର ଭିତରେ କେହି ଅଦ୍ଭୁତ ଜୀବ ରହୁଥିବା ଅନୁମାନ ଲଗାଯାଉଛି।

ଅବଶ୍ୟ ଏହି ଚିତ୍ରକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ହସ୍ତଗତ ହୋଇନାହିଁ, ମାତ୍ର ନାସାର ଏହି ଫଟୋ ସେଠାରେ କେଉଁ ଜୀବର ଉପସ୍ଥିତିକୁ ଜାହିର କରୁଛି। ଗତ ୭ ତାରିଖରେ ନାସାର କ୍ୟୁରୋସିଟି ‌ରୋବର୍‌ର ମାଷ୍ଟ୍‌ କ୍ୟାମ୍‌ ଏହି ଫଟୋ ଉଠାଇଥିଲା। ପ୍ରଥମେ ଉଠା ଯାଇଥିବା କଳାଧଳା ଫଟୋଟିରେ ପରେ ନାସାର ବୈଜ୍ଞାନିକମାନେ ରଂଗ ଭରିଛନ୍ତି।

 

ନାସାର ବୈଜ୍ଞାନିକମାନେ କହିଛନ୍ତି କି ପ୍ରଥମେ ତ ସେମାନଙ୍କୁ ଏପରି ଲାଗିଲା ଯେ ମଙ୍ଗଳଗ୍ରହକୁ ଯିବାର ରାସ୍ତା ମିଳିଗଲା। ନହେଲେ ଇଏ କୋଉ ଛୋଟ ଏଲିୟନର ଘରର ଦୁଆର। ନାଇତ ପୁଣି କେଉଁ ସୁଡଙ୍ଗ। ମାତ୍ର ପରେ କିଛି ବୈଜ୍ଞାନିକମାନେ ମତ ରଖିଛନ୍ତି କି ମଙ୍ଗଳ ଗ୍ରହରେ ହୋଇଥିବା ଭୂକମ୍ପ ପ୍ରଭାବରୁ ପଥର ଭାଙ୍ଗି କରି ଏପରି ଆକୃତିର ହୋଇ ଥାଇପାରେ। କାହିଁକି ନା, ଚଳିତବର୍ଷ ମେ ୪ ତାରିଖରେ ମଙ୍ଗଳଗ୍ରହରେ ଏକ ଭୟଙ୍କର ଭୂକମ୍ପ ଘଟିଥିଲା।

 

ସମ୍ବନ୍ଧିତ ଖବର