କେନ୍ଦ୍ର ସରକାରଙ୍କ ଅଧିନରେ ଖାଲି ପଡ଼ିଥିବା ପଦପଦବୀ ପୂରଣ ଲାଗି ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ:  ଦୂର ହେବ ବେକାରୀ ସମସ୍ୟା । ଦେଶରୁ ବେକାରୀ ସମସ୍ୟା ଦୂରେଇବାକୁ ମୋଦୀ ସରକାର ପଦକ୍ଷେପ ନେଇଛନ୍ତି । ଉଚ୍ଚ ଶିକ୍ଷିତଙ୍କୁ ଚାକିରି ମିଳୁ ନଥିବା ପରିସ୍ଥିତିରେ ଖାଲି ପଡ଼ିଥିବା ସରକାରୀ ପଦପଦବୀ ପୂରଣ କରିବାକୁ ବଡ଼ ପଦପେକ୍ଷ ନେଇଛନ୍ତି କେନ୍ଦ୍ର ସରକାର । ସରକାର ଖାଲି ପଡିଥିବା ପଦକୁ ଭରିବା ପାଇଁ ଅଭିଯାନ ଆରମ୍ଭ କରିବେ । ନିର୍ଦ୍ଦେଶ ଅନୁସାରେ ସମସ୍ତ ମନ୍ତ୍ରାଳୟ ଓ ବିଭାଗରେ ଖୁବ ଶୀଘ୍ର ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିବେଶ ଓ ବିକାଶ ହାର ବୃଦ୍ଧି କରିବା ପାଇଁ ଗଠନ ହୋଇଥିବା ମନ୍ତ୍ରିସ୍ତରୀୟ ସମିତି ବୈଠକର ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ସକରାରଙ୍କ ଅଧିନରେ ଥିବା ସମସ୍ତ ପଦପଦବୀରେ ଶୀଘ୍ର ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା । ମନ୍ତ୍ରିସ୍ତରୀୟ ସମିତିର ନିର୍ଦ୍ଦେଶ ଅନୁସାରେ, ସମସ୍ତ ମନ୍ତ୍ରାଳୟ ଓ ବିଭାଗକୁ ଚିଠି ଲେଖି ଏ ସମ୍ମନ୍ଧରେ ଅବଗତ କରାଯାଇଛି । ବେକାରୀ ସମସ୍ୟାକୁ ଶେଷ କରିବା ପାଇଁ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି ।

ମୋଦୀ ସରକାର ଅର୍ଥବ୍ୟବସ୍ଥାକୁ ସଜାଡ଼ିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଏଥିପାଇଁ ବଜେଟରେ ବଡ଼ ଘୋଷଣା କରିବା ପାଇଁ ପ୍ରସ୍ତୁତି ହୋଇଛି । ଅନ୍ୟପଟେ ଦେଶରେ ବଡ଼ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି କରି ଦେଶକୁ ଏକ ବଡ଼ ସନ୍ଦେଶ ଦେବାପାଇଁ ଯୋଜନା କରିଛନ୍ତି । ବିରୋଧୀ ଦଳ ଲଗାତାର ରୋଜଗାର ଓ ନିବେଶକୁ ନେଇ ପ୍ରାରମ୍ଭରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ତେବେ ମୋଦୀ ସରକାରଙ୍କ ଏହି ଅଭିଯାନ ସଫଳ ହେଲେ ବିରୋଧୀଙ୍କ ମୁହଁରେ ତାଲା ଲାଗିଯିବ ।

ସମ୍ବନ୍ଧିତ ଖବର