ପୁଲୱାମା ଆତଙ୍କବାଦୀ ଆକ୍ରମଣ: ସର୍ବଦଳୀୟ ବୈଠକରେ ବିଜେଡିର ଦୃଢ଼ନିନ୍ଦା

ନୂଆଦିଲ୍ଲୀ : ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପୁଲୱାମା ଆକ୍ରମଣ ଏବଂ ପରବର୍ତ୍ତୀ ସ୍ଥିତି ନେଇ ଏହି ବୈଠକରେ ଆ‌େଲାଚନା ହୋଇଛି। ବୈଠକରେ ଆଜି ବିଜେଡି ଦଳ ପକ୍ଷରୁ ଏଭଳି ଆତ୍ମଘାତୀ ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି। ବିଜେଡି ପକ୍ଷରୁ ଲୋକସଭା ସାଂସଦ ପିନା‌କୀ ମିଶ୍ର ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ। ସର୍ବଦଳୀୟ ବୈଠକରେ ସିଆରପିଏଫ୍‌ ପ୍ରତିନିଧିଙ୍କ ଦ୍ବାରା ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ନେତାମାନେ ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ଭାରତୀୟ ସୁରକ୍ଷା ବାହିନୀ ସହ ଦୃଢ଼ଭାବେ ରହିଥିବା କହିଛନ୍ତି ବୋଲି ପିନାକୀ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଠୋର ଶବ୍ଦରେ ନିନ୍ଦା କରିଛନ୍ତି ଏବଂ ରାଜ୍ୟର ୨ ଯବାନ ସହିଦ ହେବା କଥା ମଧ୍ୟ ପିନାକୀ ଆଜି ବୈଠକରେ କହିଛନ୍ତି।

ସମ୍ବନ୍ଧିତ ଖବର