ଘନିଷ୍ଠ ବନ୍ଧୁ ଚୀନ ବି ପାକିସ୍ତାନକୁ ନିରାଶ କଲା, କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ମନାକଲା

ବେଜିଂ : ଭାରତ ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇଦେବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ଲୋକଙ୍କ ଚାପ ଏତେ ବଢିଯାଇଛି ଯେ ଇମ୍ରାନ ସରକାର ଭାରତ ବିରୋଧରେ କେଉଁ ପଦକ୍ଷେପ ନେବେ ତାହା ଜାଣିପାରୁନାହାନ୍ତି । ଚୀନ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ଦେଶ ଭାରତର ଏହି ପଦକ୍ଷେପ ବିରୋଧରେ ପଦଟିଏ ମଧ୍ୟ କହିନାହାନ୍ତି । ସବୁଆଡୁ ନିରାଶ ହେବା ପରେ ପାକିସ୍ତାନ ଏବେ ନିଜର ଘନିଷ୍ଠ ସହଯୋଗୀ ଚୀନ ପାଖକୁ ଯାଇଛି ।

ଆଜି ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ ବେଜିଂ ଗସ୍ତରେ ଯାଇ ଚୀନ ନେତୃବୃନ୍ଦଙ୍କୁ ଭେଟିଛନ୍ତି । ଭାରତର ପଦକ୍ଷେପକୁ ବେଆଇନ ଓ ଏକପାଖିଆ ବୋଲି ଦର୍ଶାଇ କ୍ୟୁରେସୀ ଚୀନର ସମର୍ଥନ ଲୋଡିଛନ୍ତି । କିନ୍ତୁ ଚୀନ କହିଛି ଯେ ଉଭୟ ଦେଶ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରନ୍ତୁ ଓ ଶାନ୍ତି ରକ୍ଷା କରନ୍ତୁ । ତେବେ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବ ନାହିଁ ବୋଲି ଚୀନ ସ୍ପଷ୍ଟ କରିଦେଇଛି । ଭାରତର ନାଁ ନନେଇ ଚୀନ କହିଛି ଯେ ଉଭୟ ପକ୍ଷ ସ୍ଥିତାବସ୍ଥା ବଜାୟ ରଖନ୍ତୁ ଓ ସୀମାରେ ଉତ୍ତେଜନା ବଢାଇବାରୁ ବିରତ ରୁହନ୍ତୁ । ଏହା ପୂର୍ବରୁ ଗତ ୬ ତାରିଖରେ ଚୀନ କହିଥିଲା ଯେ ଲଦାଖ କେନ୍ଦ୍ର ଶାସିତ ଅଂଚଳ ଗଠନକୁ ବିରୋଧ କରିଥିଲା ।

ସମ୍ବନ୍ଧିତ ଖବର