କେବଳ ମାତ୍ର ମହିଳା କର୍ମଚାରୀମାନଙ୍କ ଦ୍ୱାରା ଚାଲିଲା ଭୋପାଳ- ବିଳାସପୁର ଏକ୍ସପ୍ରେସ ଟ୍ରେନ୍‌

ଭୋପାଳ: ସର୍ବପ୍ରଥମ ଥର ପାଇଁ କେବଳ ମାତ୍ର ମହିଳା କର୍ମଚାରୀମାନଙ୍କ ଦ୍ୱାରା ଭୋପାଳ- ବିଳାସପୁର ଏକ୍ସପ୍ରେସ ଟ୍ରେନ୍‌ ଗୁରୁବାର ସକାଳେ ଯାତ୍ରା କରିଛି। ଅନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଏକ ଅଭିନବ ପଦକ୍ଷେପ ସ୍ୱରୂପ ପଶ୍ଚିମ କେନ୍ଦ୍ରୀୟ ରେଳପଥର ଭୋପାଳ ଡିଭିଜନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ପଶ୍ଚିମ କେନ୍ଦ୍ରୀୟ ରେଳପଥର ଲୋକସଂପର୍କ ଅଧିକାରୀ ଆଇଏ ସିଦ୍ଦିକି କହିଛନ୍ତି।

ଗୁରୁବାର ଯାତ୍ରା କରିଥିବା ଭୋପାଳ- ବିଳାସପୁର ଏକ୍ସପ୍ରେସ ଟ୍ରେନ୍‌ର ପାଇଲଟ୍‌, କୋ- ପାଇଲଟ୍‌, ଗାର୍ଡ଼, ଟିଟିଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ମହିଳା ଥିଲେ। ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ର ମୁଖ୍ୟ ପାଇଲଟ୍‌ ନୂତନ କୁମାରୀ ଥିବା ବେଳେ ତାଙ୍କ ସହକାରୀ ଲୋକୋ ପାଇଲଟ୍‌ ଥିଲେ ସଙ୍ଗୀତା କୁମାରୀ। ସେହିପରି ଟ୍ରେନ୍‌ର ଗାର୍ଡ ଥିଲେ ବନ୍ଦନା ଚର୍ତୁବେଦୀ, ସବ୍‌- ଇନ୍‌ସପେକ୍ଟର ଥିଲେ ସନ୍ଧ୍ୟା ରାଓ୍ଵତ୍‌, କନେଷ୍ଟବଳ ଥିଲେ ଜ୍ୟୋତି ଯାଦବ ଏବଂ ଗୀତା ଯାଦବ। ଏହି ମହିଳା କର୍ମଚାରୀମାନେ ଟ୍ରେନ୍‌ର ସୁରକ୍ଷା ଦାୟିତ୍ୱରେ ରହିଥିବା ବେଳେ ଟିଟି ଭାବେ ଝରଣା ଏବଂ ଗୀତା ଯାଦବ ଥିଲେ। ଅନ୍ୟ ପକ୍ଷରେ ଟ୍ରେନ୍‌ର ଯନ୍ତ୍ରୀ ଭାବେ ସ୍ମିତି ରାବ, ଓ ଇଲେକ୍ଟି୍ରକାଲ ଯନ୍ତ୍ରୀ ଭାବେ କାବେରୀ ଗୁପ୍ତା ରହିଥିଲେ। ଭୋପାଳ ରେଳ ଡିଭିଜନରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ ସଶକ୍ତୀକରଣ କରିବା ଲକ୍ଷ୍ୟରେ ଏପରି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଲୋକସଂପର୍କ ଅଧିକାରୀ ଶ୍ରୀ ସିଦ୍ଦିକି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସର୍ବପ୍ରଥମ ଥର ପାଇଁ ପଶ୍ଚିମ କେନ୍ଦ୍ରୀୟ ରେଳପଥର ଭୋପାଳ ଡିଭିଜନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଡିଭିଜନାଲ ରେଲ୍‌େଓ୍ଵ ମ୍ୟାନେଜର ଶୋଭନ ଚୌଧୁରୀ।

ସମ୍ବନ୍ଧିତ ଖବର