ବର୍ମାଙ୍କ ଅଭିଯୋଗ : ଅସ୍ଥାନାଙ୍କ ବିରୋଧରେ ପ୍ରତିକୂଳ ମନ୍ତବ୍ୟ ପ୍ରତ୍ୟାହାର ପାଇଁ କହିଥିଲେ ସିଭିସି

ନୂଆଦିଲ୍ଲୀ : ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ମୁଖ୍ୟ ଭିଜିଲାନ୍ସ କମିସନର କେ.ଭି ଚୌଦାରି ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ବାର୍ଷିକ ଗୋପନୀୟ ରିପୋର୍ଟରେ ସେ ଦେଇଥିବା ପ୍ରତିକୂଳ ମନ୍ତବ୍ୟ ପ୍ରତ୍ୟାହାର କରିନେବାକୁ କହିଥି‌ଲେ ବୋଲି ବର୍ମା ଅଭିଯୋଗ କରିଛନ୍ତି। ସିବିଆଇ ବିବାଦରେ ସିଭିସି ରିପୋର୍ଟ ତଦାରଖ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ନିଯୁକ୍ତ ବିଚାରପତି ଏ.କେ. ପଟ୍ଟନାୟକଙ୍କୁ ସେ ଏ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରିଥିବା ମଧ୍ୟ କୁୂହାଯାଉଛି। ଅସ୍ଥାନାଙ୍କ ସହ ବିବାଦ ତୀବ୍ର ରୂପ ନେବାପରେ ସିଭିସି ବର୍ମାଙ୍କ ବାସଭବନରେ ପହଞ୍ଚିଥିଲେ ଏବଂ ଅସ୍ଥାନାଙ୍କ ବିରୋଧରେ ମନ୍ତବ୍ୟ ପ୍ରତ୍ୟାହାର କଲେ ସବୁକିଛି ଠିକ୍‌ ହୋଇଯିବ ବୋଲି କହିଥିବା ବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର