ପ୍ରଥମ ବୋମା ପଡ଼ିବା ପର୍ଯ୍ୟନ୍ତ କୂଟନୀତି ଜାରି ରହିବ

ଉତ୍ତର କୋରିଆ ନେଇ ଆମେରିକା ବିଦେଶ ସଚିବଙ୍କ ବୟାନ

ଓ୍ଵାସିଂଟନ: ଗୋଟିଏ ପରେ ଗୋଟିଏ ପରମାଣୁ ପରୀକ୍ଷା କରି ସାରା ବିଶ୍ୱକୁ ଆତଙ୍କିତ କରିଥିବା ଉତ୍ତର କୋରିଆ ସହ ଆମେରିକାର କୂଟନୈତିକ ସଂପର୍କ ଜାରି ରହିଛି ଏବଂ ପ୍ରଥମ ବୋମା ପଡ଼ିବା ପର୍ଯ୍ୟନ୍ତ ଏହି ସଂପର୍କ ଜାରି ରହିବ ବୋଲି ଆମେରିକା ବିଦେଶ ସଚିବ ରେକ୍ସ ଟିଲରସନ୍‌ ସିଏନ୍‌୍‌ଏନ୍‌କୁ ଏକ ସାକ୍ଷାତକାରରେ କହିଛନ୍ତି। ଆମେରିକା-ଉତ୍ତରକୋରିଆ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଅତି ଉଦ୍‌୍‌ବେଗଜନକ ସ୍ଥିତିରେ ପହଞ୍ଚିଛି ବୋଲି ଟିଲରସନ ସ୍ୱୀକାର କରିଛନ୍ତି। ତେବେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ଯୁଦ୍ଧରୁ ଓହରିବା ପାଇଁ ଏବେ ବି ପ୍ରୟାସ ଚାଲିଛି ବୋଲି ସେ କହିଛନ୍ତି। କିଛିଦିନ ତଳେ ଟିଲରସନଙ୍କ ଉଦ୍ଦେଶ୍ୟରେ ଟ୍ଵିଟ୍‌ କରି ଟ୍ରମ୍ପ୍‌ କହିଥିଲେ ଯେ ଉତ୍ତର କୋରିଆ ସହ ଆଲୋଚନା କରି ସେ ସମୟ ନଷ୍ଟ କରୁଛନ୍ତି ।

ସମ୍ବନ୍ଧିତ ଖବର