ସ୍ୱରାଷ୍ଟ୍ର ମନ୍ତ୍ରୀ ହେବାପରେ କମିଗଲା ଅମିତ ଶାହାଙ୍କ ସମ୍ପତ୍ତି; ୩୨.୩ କୋଟିରୁ ଖସିଗଲା ୨୮.୬୩ କୋଟିକୁ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ହେବାପରେ ଅମିତ ଶାହାଙ୍କର ସମ୍ପତ୍ତି କମିଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଦାଖଲ ହୋଇଥିବା ସମ୍ପତ୍ତି ଘୋଷଣାନାମା ଦର୍ଶାଇଛି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମି ଯାଇଛି।

ପିଏମଓରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଦାଖଲ କରିଥିବା ଘୋଷଣାନାମାରୁ ଜଣାପଡିଛି ଯେ ଗତ ଏକ ବର୍ଷ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମ୍ପତ୍ତିର ମୋଟ ମୂଲ୍ୟ ହ୍ରାସ ପାଇଛି। ଘୋଷଣା ଅନୁଯାୟୀ, ଜୁନ୍‌ ୨୦୨୦ ସୁଦ୍ଧା ଶାହା ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୮.୬୩ କୋଟି ଟଙ୍କା ଘୋଷଣା କରିଥିବା ବେଳେ ୨୦୧୯ରେ ଏହା ୩୨.୩ କୋଟି ଟଙ୍କା ଥିଲା।

ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହାଙ୍କର ୧୦ଟି ଅସ୍ଥାବର ସମ୍ପତ୍ତି ରହିଛି ଯାହାର ମୂଲ୍ୟ ୧୩.୫୬ କୋଟି ଟଙ୍କା। ଘୋଷଣା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀଙ୍କ ହାତରେ ନଗଦ ୧୫,୮୧୪ ଟଙ୍କା, ବ୍ୟାଙ୍କ ବାଲାନ୍‌ସ ଏବଂ ଇନସ୍ୟୁରାନ୍‌ସରେ ୧.୦୪ କୋଟି ଟଙ୍କା, ୧୩.୪୭ ଲକ୍ଷ ଟଙ୍କାର ପେନ୍‌ସନ୍‌ ଯୋଜନା, ସ୍ଥାୟୀ ଜମା ଆକାରରେ ୨.୭୯ ଲକ୍ଷ ଟଙ୍କା ଏବଂ ୪୪.୪୭ ଲକ୍ଷ ମୂଲ୍ୟର ଅଳଙ୍କାର ରହିଛି।

ସମ୍ବନ୍ଧିତ ଖବର