ଗାଡ଼ି ବଦଳାଇ ଫେରାର ହୋଇଯାଇଥିଲା ଅମୃତପାଲ, ଆସିଲା ସିସିଟିଭି ଭିଡିଓ

ନୂଆଦିଲ୍ଲୀ : ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହକୁ ଧରିବା ପାଇଁ ପଞ୍ଜାବ ପୁଲିସ ଟିମ୍ ଲଗାତାର ଚଢ଼ଉ ଜାରି ରଖିଛି। ଏହା ସତ୍ତ୍ବେ ତାହାର ପତ୍ତା ମିଳୁ ନାହିଁ । ତେବେ ତା’ର ପ୍ରାୟ ୭୮ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି ।

ଇତି ମଧ୍ୟରେ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଦେଖିବାକୁ ମିଳିଛି ଯେ ଅମୃତପାଲ ନିଜ ମର୍ସିଡିଜ୍ କାରରେ ଜଳନ୍ଧରର ଶାହାକୋଟରେ ଓହ୍ଲାଇଥିଲା ଏବଂ ସେଠାରେ ସେ ନିଜର ଜଣେ ସହଯୋଗୀର ବ୍ରିଜା କାରରେ ଚଢ଼ିଥିଲା । ବ୍ରିଜା କାର୍ ଭିତରେ ଥାଇ ସେ ପୋଷାକ ବଦଳାଇଥିଲା । ସେ କାର ଭିତରେ ପୋଷାକ ବାହାର କରି ଜିନ୍ସ ପ୍ୟାଣ୍ଟ  ଓ  ସାର୍ଟ ପିନ୍ଧିଥିଲା ଓ ସେଥିରୁ ଓହ୍ଲାଇ ଦୁଇଟି ମୋଟର ସାଇକେଲରେ ତାଙ୍କର ୩ ଜଣ ସହଯୋଗୀଙ୍କ ସହ ଫେରାର ହୋଇଯାଇଥିଲା ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅମୃତପାଲ ସିଂ ଫେରାର ହୋଇଯାଇଥିଲା ପୁଲିସ କହୁଥିବାବେଳେ ତାର ପରିବାର ଲୋକେ ଓ ଅନ୍ୟ ସମର୍ଥକମାନେ ସେକଥାକୁ ବିଶ୍ବାସ କରୁନାହାନ୍ତି । ତାକୁ ପୁଲିସ ଗିରଫ କରି ଏକ ଅଜ୍ଞାତ ସ୍ଥାନରେ ରଖିଛି । ସମସ୍ତେ ଗିରଫ ହୋଇଗଲେ କେବଳ ସେ କିପରି ଫେରାର ହୋଇଗଲା ବୋଲି ପ୍ରଶ୍ନ କରାଯାଉଛି । ତାକୁ ଗୋପନରେ ଏନକାଉଣ୍ଟର କରାଯାଇପାରେ ବୋଲି ସମର୍ଥକମାନେ ଆଶଙ୍କା କରୁଛନ୍ତି । ତାର କେତେକ ସହଯୋଗୀଙ୍କୁ ଆସାମର ଦିବ୍ରୁଗଡ଼ଠାରେ ଥିବା କେନ୍ଦ୍ରୀୟ ଜେଲକୁ ପଠାଇ ଦିଆଯାଇଛି ।

 

ସମ୍ବନ୍ଧିତ ଖବର