ଆଣ୍ଡାମାନ ଗଣଦୁଷ୍କର୍ମ ମାମଲା: ପୂର୍ବତନ ଶ୍ରମ କମିସନର୍‌ ଗିରଫ

ନୂଆଦିଲ୍ଲୀ : କେନ୍ଦ୍ରଶାସିତ ଅଞ୍ଚଳର ଜଣେ ୨୧ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିଲମ୍ବିତ ଆଣ୍ଡାମାନ ଏବଂ ନିକୋବର ଶ୍ରମ କମିଶନର ଆର୍‌ଏଲ୍‌ ଋଷିଙ୍କୁ ପୁଲିସ ଆଜି ଗିରଫ କରିଛି। ଋଷି ଚେନ୍ନାଇରୁ ବିମାନ ଯୋଗେ ପୋର୍ଟ ବ୍ଲେୟାର ବିମାନବନ୍ଦରରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଗଣଦୁଷ୍କର୍ମ ମାମଲାରେ ଏହା ହେଉଛି ତୃତୀୟ ଗିରଫ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପୂର୍ବତନ ଆଣ୍ଡାମାନ ମୁଖ୍ୟ ସଚିବ ଜିତେନ୍ଦ୍ର ନରେନ। ପୂର୍ବରୁ ପୁଲିସ ନରେନ ଏବଂ ମହିଳାଙ୍କୁ ନାରାୟଣଙ୍କ ସହ ପରିଚିତ କରାଇଥିବା ପୋର୍ଟ ବ୍ଲେୟାରର ଏକ ହୋଟେଲ ମାଲିକ ସନ୍ଦୀପ ସିଂ ଓରଫ ରିଙ୍କୁଙ୍କୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୧୫ରେ ପୀଡ଼ିତା ସରକାରୀ ଚାକିରି ପ୍ରଲୋଭନ ଦେଖାଇ ମୁଖ୍ୟ ଶାସନ ସଚିବଙ୍କ ସରକାରୀ ବାସଭବନରେ ନାରାୟଣ ଏବଂ ଋଷି ଗଣଦୁଷ୍କର୍ମ କରିଥିବା‌ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର