ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଠାରୁ ଉଚ୍ଚା ହେବ ଆନ୍ଧ୍ରପ୍ରଦେଶର ବିଧାନସଭା ଭବନ

ବିଜୟଓ୍ଵାଡ଼ା: ଅମରାବତୀ ଠାରେ ପ୍ରସ୍ତାବିତ ଆନ୍ଧ୍ରପ୍ରଦେଶର ବିଧାନସଭା ଭବନ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଠାରୁ ୬୮ ମିଟର ଉଚ୍ଚ ହେବ। ନିର୍ମାଣ ସରିଲେ ଏହା ହେବ ଦେଶର ସର୍ବୋଚ୍ଚ ଅଟ୍ଟାଳିକା। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସାମାନ୍ୟ ପରିବର୍ତ୍ତ କରି ଏହାର ନକ୍ସା ପ୍ରାୟ ଚୂଡ଼ାନ୍ତ କରି ସାରିଛନ୍ତି। ଇଂଲଣ୍ଡ୍‌ର ସ୍ଥାପତ୍ୟ ସଂସ୍ଥାନ ନୋର୍ମା ଫୋଷ୍ଟର୍ସ ଏହି ନକ୍ସାକୁ ସରକାରଙ୍କ ନିକଟରେ ଦାଖଲ କରିବ।

ନୂତନ ବିଧାନସଭା ସୌଧରେ ରହିବ ତିନିଟି ମହଲା ଏବଂ ତା’ଉପରକୁ ରହିବ ୨୫୦ ମିଟର୍‌ ଉଚ୍ଚ ଏକ ବୁରୁଜ ବା ଟାଓ୍ଵାର୍‌।

ଓଲଟ କଇଁଫୁଲ ଆକୃତିରେ ଏହି ଅଟ୍ଟାଳିକାର ନକ୍ସା କରାଯାଇଛି ବୋଲି ପୌର ପ୍ରଶାସନ ମନ୍ତ୍ରୀ ପି ନାରାୟଣ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ କାମ ଆରମ୍ଭ କରିବା ଦିନ ଠାରୁ ୨ ବର୍ଷ ମଧ୍ୟରେ ଶେଷ କରିବାକୁ  ନଭେମ୍ବର ଶେଷ ସୁଦ୍ଧା ସରକାର ଟେଣ୍ଡର୍‌ ଡାକିବେ।

ସହର ଦେଖିବା ପାଇଁ ନୂଆ ବିଧାନସଭା ଭବନରେ ରହିବ ଦୁଇଟି ଗ୍ୟାଲେରି। ପ୍ରଥମ ଗ୍ୟାଲେରିଟି ୮୦ ଉଚ୍ଚ ଏବଂ ଏଥିରେ ୩୦୦ ଲୋକ ଠିଆ ହୋଇ ପାରିବେ। ଦ୍ୱିତୀୟ ଗ୍ୟାଲେରିର ଉଚ୍ଚ ୨୫୦ ମିଟର ଉଚ୍ଚ ଏବଂ ଏଥିରେ ୨୦ ଜଣ ଲୋକ ଠିଆ ହୋଇ ପାରିବେ। ଦ୍ୱିତୀୟ ଗ୍ୟାଲେରିକୁ କାଚରେ ଆବୃତ କରାଯିବ ଏବଂ ଲୋକଙ୍କୁ ଉପରକୁ ନେବାକୁ ଲିଫ୍‌ଟ୍‌ ଲାଗିବ। ଏହି ଅଟ୍ଟାଳିକା ତୋଫାନ ଏବଂ ଭୂମିକମ୍ପ ସମ୍ଭାଳି ପାରିବ।

ସମ୍ବନ୍ଧିତ ଖବର