ଜାମ୍ମୁ ଓ କାଶ୍ମୀରରେ ପୁଲିସ ସହିତ ଗୁଳିବିନିମୟ ସମୟରେ ୬ ଆତଙ୍କବାଦୀ ମୃତ

ଅନନ୍ତନାଗ: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜଭେରା ସେକିପୋରା ଅଞ୍ଚଳରେ ଆଜି ଭୋରରୁ ଆତଙ୍କବାଦୀ- ସୁରକ୍ଷାକମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ଚାଲିଛି। ଏହି ଗୁଳି ବିନିମୟରେ ଅନ୍ୟୁନ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଓ ଜମ୍ମୁ ଓ କାଶ୍ମୀର ପୁଲିସ ମିଳିତ ଭାବେ ଏହି ଅପରେସନ୍‌ରେ ସାମିଲ ହୋଇଛନ୍ତି। ପ୍ରଥମେ ୨ରୁ ୩ ଜଣ ଆତଙ୍କବାଦୀ ଛପି ରହି ପୁଲିସ ଉପରକୁ ଗୁଳି ଚଳାଉଥିବା ସନ୍ଦେହ କରାଯାଉଥିଲା। ତେବେ ସମଗ୍ର ଅଞ୍ଚଳକୁ କର୍ଡନ କରି ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚାଳନା କରିବାରୁ ୬ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି।ସେମାନଙ୍କ ଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛିି। ଏବେ ବି ଅପରେସନ୍‌ ଜାରି ରହିଥିବା ଜଣାଯାଇଛି।ତେବେ ମୃତଆତଙ୍କବାଦୀମାନଙ୍କ ପରିଚୟ ଜଣପଡ଼ି ନ ଥିବା ବେଳେ ସେମାନେ କେଉଁ ଆତଙ୍କବାଦୀ ସଙ୍ଗଠନ ସହିତ ଜଡ଼ିତ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।
ସୂଚନାଯୋଗ୍ୟ ଯେ ଗତ ମଙ୍ଗଳବାର ଦିନ ଜାମ୍ମୁ ଓ କାଶ୍ମୀରର ସୋପିଆଁ ଜିଲ୍ଲାରେ ପୁଲିସ- ଆତଙ୍କବାଦୀ ଗୁଳିବିନିମୟରେ ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର