ସାଉଦି ଆର୍‌ବିଆରେ ଥିବା ମହିଳାମାନଙ୍କ ଉପରେ ଏଣିକି ନଜର ରଖିବ ଆପଲ୍‌ ଏବଂ ଗୁଗଲ୍‌ ପ୍ରସ୍ତୁତ ଆପ୍‌ ‘ଅବ୍‌ଶେର୍‌’

ନୂଆଦିଲ୍ଲୀ: ଏକ ନୂଆ ଆପ୍‌ ଲଞ୍ଚ କରି ସମାଲୋଚନାର ଶିକାର ହୋଇଛି ଆପଲ୍‌ ଏବଂ ଗୁଗଲ୍‌ । ସାଉଦି ଆର୍‌ବିଆରେ ପୁରୁଷମାନଙ୍କ ପାଇଁ ଆପଲ୍‌ ଏବଂ ଗୁଗଲ୍‌ ଏକ ଆପ୍‌ ତିଆରି କରିଛି । ଯାହା ଦ୍ୱାରା ସେମାନେ ନିଜ ପତ୍ନୀମାନଙ୍କ ଉପରେ ନଜର ରଖି ପାରିବେ । ସେମାନଙ୍କ ଲୋକେସନ ଟ୍ରାକ୍‌ କରିବା ସହ ସେମାନଙ୍କୁ ନିୟନ୍ତ୍ରଣରେ ରଖି ପାରିବେ । ଆପଲ୍‌ ଏବଂ ଗୁଗଲ୍‌ ଭଳି କମ୍ପାନିର ଏଭଳି କାମକୁ ମାନବାଧିକାର କାର୍ଯ୍ୟକର୍ତ୍ତାମାନେ ତୀବ୍ର ସମାଲୋଚନା କରିଛନ୍ତି । ଆପ୍‌ର ନାଁ ‘ଅବ୍‌ଶେର୍‌’ ରଖା ଯାଇଥିବା ବେଳେ ଏହି ଆପ୍‌ ମାଧ୍ୟମରେ ଦେଶରୁ ବାହାରକୁ ଯାଉଥିବା ଘରର ମହିଳାମାନଙ୍କ ଉପରେ ପୁରୁଷମାନେ ନଜର ରଖି ପାରିବେ । ଏହି ଆପ୍‌କୁ ନିଜ ପତ୍ନୀ ବା ଘରର କୌଣସି ମହିଳାଙ୍କ ପାଇଁ ପୁରୁଷମାନେ ବ୍ୟବହାର କରି ପାରିବେ ।

PressTV

ସୂଚନା ମୁତାବକ, ସାଉଦି ଆରବର ସରକାରଙ୍କ ଅନୁମତି ମିଳିବା ପରେ ଏହି ଆପ୍‌ ଲଞ୍ଚ କରାଯାଇଛି । ଘରର କୌଣସି ମହିଳା ଅନ୍ୟ ଦେଶକୁ ଯାଉଥିଲେ,ଏହି ଆପ୍‌ ମହିଳାଙ୍କ ସ୍ୱାମୀ ବା ଅନ୍ୟ ସଦସ୍ୟଙ୍କୁ ସୂଚନା ଦେବ । ଏହି ଆପ୍‌ ଲଞ୍ଚ ହେବା ପରେ ମୁକ୍ତ ଚିନ୍ତାଧାରା ରଖୁଥିବା ମହିଳା ଏବଂ ଦେଶ ଛାଡ଼ୁଥିବା ମହିଳାଙ୍କ ପାଇଁ ଏହା ବଡ଼ ସମସ୍ୟା ପାଲଟି ଯାଇଛି । ଗୁଗଲ୍‌ ପ୍ଲେ ଷ୍ଟୋରରୁ ଏ ପର୍ଯ୍ୟନ୍ତ ୧୦ଲକ୍ଷ ଲୋକ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରି ସାରିଲେଣି । ତେବେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ ଆପଲ୍‌ ଏବଂ ଗୁଗଲ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖା ଯାଇ ନାହିଁ ।

ସମ୍ବନ୍ଧିତ ଖବର